ଓଡ଼ିଶାଲାଇଭ୍‌ ବ୍ୟୁରୋ

ଇଂଲଣ୍ଡ ବିପକ୍ଷ ଦ୍ୱିତୀୟ ଦିନିକିଆ ମ୍ୟାଚରେ ଭାରତୀୟ ମହିଳା କ୍ରିକେଟ ଟିମ୍‌ର ଜବରଦସ୍ତ ଜିତ୍‌। ଏଥିସହ ତିନିମ୍ୟାଚ୍ ବିଶିଷ୍ଟ ଏହି ସିରିଜ୍‌କୁ ୨-୦ରେ ଆଗୁଆ କବ୍‌ଜା କରିଛି ଟିମ୍‌ ଇଣ୍ଡିଆ। ଏହି ମ୍ୟାଚରେ ଟିମ୍‌ ଇଣ୍ଡିଆ ବିଶ୍ୱର ନମ୍ବର ୱାନ ଟିମ୍‌ କୁହାଯାଇଥିବା ଇଂଲଣ୍ଡକୁ ୭ ୱିକେଟ୍‌ରେ ହରାଇଛି।

ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ନିଷ୍ପତ୍ତି ନେଇଥିବା ଇଂଲଣ୍ଡ ମହିଳା ଟିମ୍ ଘରୋଇ ଦଳ ଟିମ୍‌ ଇଣ୍ଡିଆର ବୋଲିଂକୁ ସାମ୍ନା କରିନପାରି ୪୩.୩ ଓଭରରେ ୧୬୧ ରନ୍ କରି ଅଲଆଉଟ୍‌ ହୋଇଥିଲା। ଇଂଲଣ୍ଡ ଦଳ ପକ୍ଷରୁ ନାଟାଲି ସ୍କିଭର୍‌ ସର୍ବାଧିକ ୮୫ ରନ୍ କରିଥିଲେ।

୧୬୧ ରନ୍‌କୁ ଟାର୍ଗେଟ ଟିମ୍‌ ଇଣ୍ଡିଆ ଟିମ୍‌ ୪୧.୧ ଓଭରରେ ମାତ୍ର ୩ ୱିକେଟ୍‌ ହରାଇ ବିଜୟ ହାସଲ କରିଛି। ବୋଲର ଝୁଲନ୍ ଗୋସ୍ୱାମୀ ଓ ଶିଖା ପାଣ୍ଡେଙ୍କ ସଫଳ ବୋଲିଂ ସହିତ ସ୍ମୃତି ମନ୍ଧାନାଙ୍କ ଦମ୍‌ଦାର ବ୍ୟାଟିଂ ଟିମ୍‌ ଇଣ୍ଡିଆକୁ ଜିତାଇଛି। ଭାରତୀୟ ଦଳ ପକ୍ଷରୁ ସ୍ମୃତି ମନ୍ଧାନା ସର୍ବାଧିକ ୬୩ ରନ୍‌ କରିଥିବା ବେଳେ ଅଧିନାୟିକା ମିତାଲି ରାଜ୍‌ ୪୭ ରନ୍‌ କରିଛନ୍ତି।

ସେହିପରି ଝୁଲନ୍ ଗୋସ୍ୱାମୀ ଓ ଶିଖା ପାଣ୍ଡେ ୪ଟି ୱିକେଟ୍‌ ନେଇଥିବା ବେଳେ ପୁନମ ଯାଦବ ୨ଟି ୱିକେଟ୍‌ ଅକ୍ତିଆର କରିଛନ୍ତି। ଏଥିସହ ମ୍ୟାଚ ଜିତି ଟିମ୍‌ ଇଣ୍ଡିଆ ୨-୦ରେ ଆଗୁଆ ରହି ସିରିଜ୍‌ କବ୍‌ଜା କରିଛି।

Comment