ଓଡ଼ିଶାଲାଇଭ୍ ବ୍ୟୁରୋ

ବିଶ୍ୱରେ ଆପଣ ଅନେକ ପ୍ରକାରର କିଲ୍ଲା ଦେଖିବାକୁ ପାଇଥିବେ। ଯେଉଁଥିରେ ଶତ୍ରୁ ପକ୍ଷକୁ ମାତ୍ ଦେବା ପାଇଁ ଅନେକ ପ୍ରକାର ଅଜିବ୍ ଜିନିଷ ରଖାଯାଇଥାଏ। ତେବେ ଆପଣ ସମୁଦ୍ର ମଝିରେ କେବେ କୌଣସି କିଲ୍ଲା ଗଠନ ହେବା ଜାଣିଛନ୍ତି କି?

ଇଂଲଣ୍ଡର ସମୁଦ୍ର ତଟରୁ ପ୍ରାୟ ୭ ମାଇଲ୍ ଦୂରରେ ଏହି କିଲ୍ଲା ଦେଖିବାକୁ ମିଳିଥାଏ। ତେବେ ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ଖୋଦ୍ ଇଂଲଣ୍ଡର ବହୁତ କମ୍ ଲୋକ ଏହି କିଲ୍ଲା ବିଷୟରେ ଜାଣିଛନ୍ତି।

ଦ୍ୱିତୀୟ ବିଶ୍ୱଯୁଦ୍ଧ ସମୟରେ ୧୯୪୩ ମସିହାରେ ଏହାକୁ ନିର୍ମାଣ କରାଯାଇଥିଲା। ଜର୍ମାନୀ ଏୟାରଫୋର୍ସ କବଳରୁ ଲଣ୍ଡନକୁ ରକ୍ଷା କରିବା ପାଇଁ ଏହାର ନିର୍ମାଣ କରାଯାଇଥିଲା। ଯେଉଁଥିରେ ୨୦୦ରୁ ଅଧିକ ସୈନ୍ୟ ରହି ଜର୍ମାନୀ ଏୟାରଫୋର୍ସ ଉପରେ ନଜର ରଖୁଥିଲେ। ଏହାପରେ ରକ୍ଷଣାବେକ୍ଷଣା ଅଭାବରୁ ଏହା ଜରାଜୀର୍ଣ୍ଣ ଅବସ୍ଥାକୁ ଚାଲିଆସିଲା।

ଏହପରେ ୧୯୬୦ ମସିହା ବେଳକୁ କିଛି ଯୁବକ ଏଠାରେ ରେଡ଼ିଓ ଷ୍ଟେସନ କରିବାକୁ ଯୋଜନା କରିଥିଲେ । କିଛି ଦିନ ପରେ ଏଠାରେ ରେଡ଼ିଓ ଷ୍ଟେସନ କାମ କରିବା ମଧ୍ୟ ବନ୍ଦ ହୋଇଯାଇଥିଲା।

Comment