ଓଡ଼ିଶାଲାଇଭ୍‌ ବ୍ୟୁରୋ

ସୀମାନ୍ତରେ ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ଭଳି ପରିସ୍ଥିତି ସୃଷ୍ଟି ହୋଇଥିବାର ସାଧାରଣ ନିର୍ବାଚନ ଠିକ୍ ସମୟରେ ହେବ କି ନାହିଁ ତାକୁ ନେଇ କଳ୍ପନା ଜଳ୍ପନା ପ୍ରକାଶ ପାଇଥିଲା। ହେଲେ ଭାରତର ମୁଖ୍ୟ ନିର୍ବାଚନ କମିଶନର (ସିଇସି) ସୁନୀଲ ଅରୋରା କଳ୍ପନା ଜଳ୍ପନାର ଅନ୍ତ ଘଟାଇଛନ୍ତି।

ଠିକ୍ ସମୟରେ ଦେଶରେ ସାଧାରଣ ନିର୍ବାଚନ ହେବ ବୋଲି ସିଇସି ସ୍ପଷ୍ଟ କରିଛନ୍ତି।

ଅରୋରା ନିର୍ବାଚନୀ ସମୀକ୍ଷା ପାଇଁ ଉତ୍ତରପ୍ରଦେଶ ଆସିଥିଲେ। ନିର୍ବାଚନ କେବେ ହେବ ବୋଲି ଏଠାରେ ତାଙ୍କୁ ଗଣମାଧ୍ୟମ ପ୍ରତିନିଧି ପ୍ରଶ୍ନ କରିବାରୁ ସେ ଏହି ଉତ୍ତର ଦେଇଥିଲେ।

ସେ କହିଥିଲେ, “ଦେଶରେ ନିର୍ବାଚନ ଠିକ୍ ସମୟରେ ହେବ। ଏଥିରେ ପରିବର୍ତ୍ତନ ହେବାର କୌଣସି କାରଣ ନାହିଁ। ଏଥର ପ୍ରାର୍ଥୀମାନେ ଭାରତରେ ଥିବା ସମ୍ପତ୍ତି ତାଲିକା ସହ ବିଦେଶରେ ଥିବା ସମ୍ପତ୍ତି ତାଲିକା ଦେବାକୁ ପଡ଼ିବ।”

Comment