ଓଡ଼ିଶାଲାଇଭ୍‌ ବ୍ୟୁରୋ

ଦେଶର ନୂଆ ମୁଖ୍ୟ ନିର୍ବାଚନ କମିସନର ହେବେ ସୁଶୀଲ ଚନ୍ଦ୍ରା। ରାଷ୍ଟ୍ରପତି ରାମନାଥ କୋବିନ୍ଦ ତାଙ୍କୁ ଦେଶର ୨୪ତମ ନିର୍ବାଚନ କମିସନର ଭାବେ ନିଯୁକ୍ତ କରିଛନ୍ତି। ମଙ୍ଗଳବାର ସେ ବିଦାୟୀ ମୁଖ୍ୟ ନିର୍ବାଚନ କମିସନର ସୁନୀଲ ଅରୋରାଙ୍କଠାରୁ ଦାୟିତ୍ୱ ଗ୍ରହଣ କରିବେ।

ଆସନ୍ତା ୨୦୨୨, ମେ’ ୧୪ ତାରିଖ ପର୍ଯ୍ୟନ୍ତ ସେ ଏହି ପଦରେ ରହିବେ। ଏହି ସମୟରେ ସେ ଉତ୍ତରପ୍ରଦେଶ, ପଞ୍ଜାବ, ଗୋଆ, ଉତ୍ତରାଖଣ୍ଡ ଓ ମଣିପୁର ଆଦିର ବିଧାନସଭା ନିର୍ବାଚନ ପରିଚାଳନା କରିବେ।

୧୫ ମଇ ୧୯୫୭ ରେ ଜନ୍ମିତ ସୁଶୀଲ ଚନ୍ଦ୍ରା ୧୯୮୦ ବ୍ୟାଚର ଆଇଆରଏସ ଅଧିକାରୀ। ସେ ଆଇଆଇଟି ରୁରକିରୁ ବିଟେକ୍ ଏବଂ ଡେରାଡୁନରୁ ଏଲଏଲବିରେ ଡିଗ୍ରି ହାସଲ କରିଛନ୍ତି।  ପୂର୍ବରୁ କେନ୍ଦ୍ରୀୟ କେନ୍ଦ୍ରୀୟ ଟିକସ ବୋର୍ଡ (ସିବିଡିଟି) ର ଅଧ୍ୟକ୍ଷ ଭାବେ କାର୍ଯ୍ୟକରିଛନ୍ତି ସୁଶୀଲ

Comment