ଓଡ଼ିଶାଲାଇଭ୍‌ ବ୍ୟୁରୋ

ସେଣ୍ଟ୍ରାଲ ବୋର୍ଡ ଅଫ୍‌ ଡାଇରେକ୍ଟ ଟ୍ୟାକ୍ସେସନ (ସିବିଡିଟି)ର ପ୍ରମୁଖ ଅଧିକାରୀ ସୁଶିଲ ଚନ୍ଦ୍ରା ହେଲେ ନୂଆ ନିର୍ବାଚନ କମିଶନର। ରାଷ୍ଟପତି ରାମନାଥ କୋବିନ୍ଦଙ୍କ ମଞ୍ଜୁରୀ କ୍ରମେ ସୁଶିଲ ଚନ୍ଦ୍ରା ନୂଆ ନିର୍ବାଚନ କମିଶନର ଭାବେ ନିଯୁକ୍ତି ପାଇଛନ୍ତି। ୨୦୧୯ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ସୁଶିଲ ଚନ୍ଦ୍ରାଙ୍କୁ ନିର୍ବାଚନ କମିଶନର ଭାବେ ନିଯୁକ୍ତି ମିଳିଛି।

ସୁଶିଲ ଚନ୍ଦ୍ରା ଏହା ପୂର୍ବରୁ ସିବିଡିଟି ମୁଖ୍ୟ ଭାବେ ଦାୟିତ୍ୱ ତୁଲାଉଥିଲେ। ୧୯୮୦ ବ୍ୟାଚ୍‌ର ଆଇଆର୍‌ଏସ୍‌ ଅଧିକାରୀ ସୁଶିଲ ଚନ୍ଦ୍ରା ହେଉଛନ୍ତି ପୂର୍ବତନ ଆଇଆଇଟି ଛାତ୍ର।

ବର୍ତ୍ତମାନ ମୁଖ୍ୟ ନିର୍ବାଚନ କମିଶନର ଦାୟିତ୍ୱରେ ସୁନୀଲ ଅରୋରା ଥିବା ବେଳେ ଅଶୋକ ଲାଭାସା ନିର୍ବାଚନ କମିଶନର ଦାୟିତ୍ୱରେ ଅଛନ୍ତି। ତେବେ ସୁଶିଲ ଚନ୍ଦ୍ରା ନିର୍ବାଚନ ପ୍ୟାନେଲ୍‌ରେ ଦ୍ୱିତୀୟ ନିର୍ବାଚନ କମିଶନରର ଦାୟିତ୍ୱ ଗ୍ରହଣ କରିବେ।

Comment