ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିର ଯୁବପିଢ଼ିମାନେ ସମୟ ସହିତ ତାଳ ଦେଇ ନୂଆ ନୂଆ ଫ୍ୟାସନ ଆପଣାଉଛନ୍ତି। ଯୁବକମାନେ ନିଜ ନିଜ ଇଚ୍ଛାରେ ନୂଆ ନୂଆ ଷ୍ଟାଇଲରେ ଦାଢ଼ି ରଖୁଛନ୍ତି। କିନ୍ତୁ ଏମିତି ଏକ ଦେଶ ଅଛି ଯେଉଁଠି ଫ୍ୟାସନ ମନା। ଖାଲି ସେତିକି ନୁହେଁ ଯୁବକମାନେ ଦାଢ଼ି ନିଶ ରଖିପାରିବେ ନାହିଁ। ଯଦି ଏଭଳି କରନ୍ତି ଯୁବକଙ୍କୁ ଜେଲ ଯିବାକୁ ପଡ଼ିବ।

ପାକିସ୍ତାନର ଡେରା ଗାଜି ଖାନ ଜିଲ୍ଲା ପରିଷଦରେ ଯୁବକଙ୍କ ଦାଢ଼ିକୁ ନେଇ ଅଜବଧରଣର ବିଲ୍ ପାରିତ ହୋଇଛି।  ଯାହାକୁ ଲୋକମାନେ ମଧ୍ୟ ପାଳନ କରୁଛନ୍ତି। ଏଥିରେ ନିର୍ଦ୍ଦେଶ ରହିଛି, ଫ୍ରେଞ୍ଚ କଟ୍ ଏବଂ ଗୋଟି ଭଳି ଷ୍ଟାଇଲରେ ଦାଢ଼ି ରଖିପାରିବେ ନାହିଁ। ଦାଢ଼ି ଏପରି ଆକାର ଉପରେ ରୋକ୍ ଲଗାଯାଇଛି। ଏହା ଇସଲାମ ବିରୁଦ୍ଧ ବୋଲି କୁହାଯାଉଛି। ଲୋକଙ୍କୁ ସଚେତନ କରିବା ପାଇଁ ଏଭଳି ପ୍ରସ୍ତାବ ପାରିତ ହୋଇଥିବା କହିଛନ୍ତି ଆସିକ ଖୋସା।

Comment