ଓଡ଼ିଶାଲାଇଭ୍‌ ବ୍ୟୁରୋ

 

ଆଜିଠାରୁ ଆରମ୍ଭ ହେବ ସିବିଏସ୍‌ଇ ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଦେଶର ପ୍ରାୟ ୪ ହଜାର ୯୭୪ ପରୀକ୍ଷା କେନ୍ଦ୍ରରେ ଏହି ପରୀକ୍ଷା ଅନୁଷ୍ଠିତ ହେଉଛି। ସକାଳ ୧୦ରୁ ସାଢ଼େ ୧ ପର୍ଯ୍ୟନ୍ତ ଏହି ପରୀକ୍ଷା ଚାଲିବ। ସକାଳ ୧୦ଟା ସୁଦ୍ଧା ବିଦ୍ୟାର୍ଥୀମାନେ ଆଡମିଟ୍‌ କାର୍ଡ ଦେଖାଇ  ପରୀକ୍ଷା କେନ୍ଦ୍ର ମଧ୍ୟକୁ ପ୍ରବେଶ କରିବେ।

ଛାତ୍ରଛାତ୍ରୀମାନଙ୍କୁ ହାତଘଣ୍ଟା ପିନ୍ଧି ପ୍ରବେଶ କରିବାକୁ ବାରଣ କରାଯାଇଛି। ସେହିପରି କପିକୁ ରୋକିବା ପାଇଁ କଡ଼ାକଡ଼ି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି।

୧୨ ଲକ୍ଷ ୮୭ ହଜାର ୩୫୯ ଛାତ୍ରଛାତ୍ରୀ ସିବିଏସ୍‌ଇ ପରୀକ୍ଷା ଦେବା ଲାଗି ନାମ ରେଜିଷ୍ଟ୍ରେସନ୍‌ କରିଛନ୍ତି। ଓଡ଼ିଶାରୁ ପ୍ରାୟ ୧୬ ହଜାର ଛାତ୍ରଛାତ୍ରୀ ପରୀକ୍ଷା ଦେବେ।

Comment