ଓଡ଼ିଶାଲାଇଭ୍‌ ବ୍ୟୁରୋ

ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ବୋର୍ଡ ପରୀକ୍ଷା ସୂଚୀ ପ୍ରକାଶ ପାଇଛି। ମେ’୪ରୁ ଜୁନ୍‌ ୧୧ ଯାଏଁ ଉଭୟ ଦଶମ ଓ ଦ୍ୱାଦଶ ବୋର୍ଡ ପରୀକ୍ଷା ହେବ। ପରୀକ୍ଷୀ ସୂଚୀ ନେଇ କେନ୍ଦ୍ର ଶିକ୍ଷାମନ୍ତ୍ରୀ ରମେଶ ପୋଖରିୟାଲ ଟୁଇଟ ଯୋଗେ କହିଛନ୍ତି।

ଦଶମରେ ଗୋଟିଏ ସିଫ୍ଟରେ ଦିନ ୧୦ଟା ୩୦ରୁ ୧ଟା ୩୦ ପର୍ଯ୍ୟନ୍ତ ପରୀକ୍ଷା ହେବାକୁ ଥିଲା ବେଳେ ଦ୍ୱାଦଶ ପରୀକ୍ଷା ଦୁଇଟି ସିଫ୍ଟରେ ଦିନ ୧୦ଟା ୩୦ରୁ ୧ଟା ୩୦ ଓ ୨ଟା ୩୦ରୁ ୫ଟା ୩୦ ଯାଏଁ ହେବ।

ପ୍ରଶ୍ନପତ୍ର ପଢ଼ିବାକୁ ପରୀକ୍ଷାର୍ଥୀଙ୍କୁ ୧୫ ମିନିଟ ସମୟ ମିଳିବ। ଏପ୍ରିଲ ମାସରେ ପିଲାଙ୍କୁ ଆଡମିଟ କାର୍ଡ ମିଳିପାରେ। ତେବେ ପରୀକ୍ଷାରେ କୋଭିଡ ନିୟମକୁ କଡ଼ାକଡ଼ି ପାଳନ କରାଯିବ। ମାସ୍କ ପିନ୍ଧିବା ସହିତ ଓ ସାମାଜିକ ଦୂରତା କଡ଼ାକଡ଼ି ପାଳନ ହେବ ବୋଲି କୁହାଯାଇଛି।

Comment