ଓଡ଼ିଶାଲାଇଭ୍‌ ବ୍ୟୁରୋ

ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଲେ ଜଷ୍ଟିସ୍ ଅଜିତ ସିଂ। ରାଜ୍ୟପାଳଙ୍କ ଅନୁମୋଦନକ୍ରମେ ଏହି ନିଯୁକ୍ତି ମିଳିଛି।

ଜଷ୍ଟିସ୍ ଅଜିତ ସିଂ ଗୌହାଟି ହାଇକୋର୍ଟର ମୁଖ୍ୟ ବିଚାରପତି ଥିଲେ। ମଧ୍ୟପ୍ରଦେଶ ହାଇକୋର୍ଟର ଅତିରିକ୍ତ ମୁଖ୍ୟ ବିଚାରପତି ମଧ୍ୟ ଥିଲେ ସେ।

୨୦୧୪ ଫେବ୍ରୁଆରି ୧୪ରେ ଦେଶର ପ୍ରଥମ ରାଜ୍ୟ ଭାବେ ଓଡ଼ିଶା ଲୋକାୟୁକ୍ତ ବିଲ୍ ପାସ୍ କରିଥିଲା। ହେଲେ ଲୋକାୟୁକ୍ତ ନିଯୁକ୍ତି ହୋଇପାରି ନଥିଲା। ଏନେଇ ସୁପ୍ରିମକୋର୍ଟରେ ମାମଲା ରୁଜୁ ହୋଇଥିଲା। ମୁଖ୍ୟ ଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ ସୁପ୍ରିମକୋର୍ଟରେ ହାଜର ହୋଇ ମାର୍ଚ୍ଚ ୩୧ ସୁଦ୍ଧା ଲୋକାୟୁକ୍ତ ନିଯୁକ୍ତ କରାଯିବ ବୋଲି ସତ୍ୟପାଠ ଦାଖଲ କରିଥିଲେ।

ଗତ ୧୨ ତାରିଖରେ ଲୋକାୟୁକ୍ତ ଚୟନ ନେଇ ଏକ ବୈଠକ ବସିଥିଲା। ଏଥିରେ ଲୋକାୟୁକ୍ତ ଅଧ୍ୟକ୍ଷଙ୍କ ନାଁ ଚୟନ କରାଯାଇ ରାଜ୍ୟପାଳଙ୍କ ଅନୁମୋଦନ ପାଇଁ ପଠା ଯାଇଥିଲା।

Comment