ଓଡ଼ିଶାଲାଇଭ୍ ବ୍ୟୁରୋ

ଜମ୍ମୁ କଶ୍ମୀର ପୁଲୱାମାରେ ଫେବ୍ରୁଆରି ୧୪ହୋଇଥିବା ଆତଙ୍କାବାଦୀ ଆକ୍ରମଣକୁ ଗୁରୁତର ସହ ନେଇଛନ୍ତି ସରକାର। ଏହା ମଧ୍ୟରେ କେନ୍ଦ୍ର ସରକାର ଏବ ବଡ ନିଷ୍ପତ୍ତି ନେଇଛନ୍ତି।

ଏଣିକି ଭାରତୀୟ ନୌସେନା ଓ ବାୟୁସେନା ମୁଖ୍ୟଙ୍କୁ ଜେଡ ପ୍ଲସ ସୁରକ୍ଷା ଯୋଗାଇଦିଆଯିବ। ଅଧିକାରୀଙ୍କ ତରଫରୁ ଏହି ସୂଚନା ଦିଆଯାଇଛି।

ପାକିସ୍ତାନ ସହିତ ଏବେ ଚାଲିଥିବା ଉତ୍ତେଜନା ପରିସ୍ଥିତିକୁ ନଜର ରଖି ଉଭୟ ବାୟୁସେନା ଓ ନୌସେନା ପ୍ରମୁଖଙ୍କୁ ଉପରେ ଥିବା ସମ୍ଭାବ୍ୟ ବିପଦକୁ ନଜରରେ ରଖି ହୋଇଥିବା ବୈଠକ ପରେ ଏହି ନିଷ୍ପତ୍ତି ନିଆଯାଇଛି। ଜଣେ ସରକାରୀ ଅଧିକାରୀ ଏହି ସୂଚନା ଦେଇଛନ୍ତି। ସେପଟେ ସ୍ଥଳ ସେନା ମୁଖ୍ୟ ବିପିନ୍‌ ରାୱତଙ୍କୁ ଜେଡ ପ୍ଲସ ସୁରକ୍ଷା ମିଳୁଛି।

ଜମ୍ମୁ କଶ୍ମୀର ପୁଲୱାମାରେ ଫେବ୍ରୁଆରି ୧୪ରେ ପାକିସ୍ତାନ ସମର୍ଥିତ ଜୈସ ଏ ମହମ୍ମଦ ଆତଙ୍କୀସଂଗଠନ ସିଆରପିଏଫ ଗାଡିଉପରେ ଆକ୍ରମଣ କରିଥିଲା। ଯାହା ପରେ ଭାରତ ୪୦ରୁ ଅଧିକ ଯବାନଙ୍କୁ ହରାଇଥିଲା। ଏହା ପରେ ପାକିସ୍ତାନ ସହିତ ଆତଙ୍କବାଦକୁ ନେଇ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି।

Comment