ଓଡ଼ିଶାଲାଇଭ୍‌ ବ୍ୟୁରୋ

୨୬ ହଜାର ଫୁଟ ଉଚ୍ଚରେ ପାକିସ୍ତାନର ଏଫ୍‌-୧୬ ବିମାନକୁ ଟକ୍କର ଦେଇଥିଲେ ଅଭିନନ୍ଦନ।

ଭାରତୀୟ ବାୟୁସେନା ପାଇଲଟ ଅଭିନନ୍ଦନ ବର୍ଥମାନ ୬୦ ଘଣ୍ଟା ପରେ ଭାରତ ଫେରିଛନ୍ତି। ଅଭିନନ୍ଦନ ଫେରିଥିବାରୁ ସାରା ଦେଶରେ ଉତ୍ସବର ମାହୋଲ ଦେଖାଦେଇଛି।

ଏହି ଉତ୍ସବର ମାହୋଲ ଭିତରେ ଗୋଟିଏ କଥାକୁ ନେଇ ଚର୍ଚ୍ଚା ହେଉଛି ତାହା ହେଉଛି – ‘ଅଭିନନ୍ଦନଙ୍କ ସାହସ’

ଭାରତ ସୀମାରେ ପାକିସ୍ତାନର ଲଢୁଆ ବିମାନ ଏଫ୍‌-୧୬କୁ କେମିତି ଅଭିନନ୍ଦନ ଟକ୍କର ଦେଇଥିଲେ ତାହା ଏବେ ଆଲୋଚନାର ବିଷୟ ପାଲଟିଛି।

୮୬ ସେକେଣ୍ଡର ଲୁଚକାଳି ଖେଳ!

ଫେବ୍ରୁଆରି ୨୭ ତାରିଖର ଘଟଣା। ଭାରତୀୟ ବାୟୁସେନାର ଏୟାର ଷ୍ଟ୍ରାଇକ ପରେ ଭାରତ ସୀମାରେ ଅନୁପ୍ରବେଶ କରିଥିଲା ପାକିସ୍ତାନର ଲଢୁଆ ବିମାନ ଏଫ୍-୧୬। ଭାରତୀୟ ସେନା ଶିବିରକୁ ଟାର୍ଗେଟ କରିଥିଲା ଏହି ପାକ୍ ବିମାନ।

ଭାରତୀୟ ସୀମା ଭିତରକୁ ଏଫ୍‌-୧୬ ପ୍ରବେଶ କରିବା ମାତ୍ରେ ଏହାର ଜବାବ ଦେବା ପାଇଁ ଆଗେଇ ଆସିଥିଲେ ଅଭିନନ୍ଦନ।

ଅଭିନନ୍ଦନଙ୍କ ମିଗ୍‌ ବିମାନ ଏବଂ ଏଫ୍‌-୧୬ ଭିତରେ କଡ଼ା ଟକ୍କର ହୋଇଥିଲା। ପ୍ରାୟ ୮୬ ସେକେଣ୍ଡ ପର୍ଯ୍ୟନ୍ତ ଉଭୟଙ୍କ ଭିତରେ ଲୁଚକାଳି ଖେଳ ଚାଲିଥିଲା।

ଭାରତ ଏବଂ ପାକିସ୍ତାନ ଫାଇଟର ଜେଟ୍‌ ପରସ୍ପର ଲଢ଼ାଲଢ଼ି ହୋଇ ୨୬ ହଜାର ଫୁଟ୍‌ ଉପରକୁ ଚାଲି ଯାଇଥିଲେ। ଦୁଇ ପାଇଲଟ ଆଖିରେ ଆଖି ମିଶାଇ ଲଢ଼ିଥିଲେ।

ଏହି ଲଢ଼ାଲଢ଼ି ଭିତରେ ଅଭିନନ୍ଦନ ଆକାଶରେ ପାକ୍‌ ଫାଇଟର ଜେଟ୍‌କୁ ଆର୍‌-୭୩ ମିସାଇଲ୍ ମାଡ଼ କରିଥିଲେ। ଫଳରେ ଏଫ୍‌-୧୬ ବିମାନ ତଳେ ଖସିପଡ଼ିଥିଲା।

ଏହାର ଜବାବରେ ପାକିସ୍ତାନରର ଆଉ ଏକ ବିମାନ ଅଭିନନ୍ଦନଙ୍କ ବିମାନକୁ ଆଟାକ୍ କରିଥିଲା। ଏହି ଲଢ଼େଇ ଚାଲିଥିବା ବେଳେ ଅଚାନକ ଅଭିନନ୍ଦନଙ୍କ ଦୁଇ ଜଣ ସାଥୀ ସୁଖୋଇ-୩୦ ଏମ୍‌କେଆଇ ଏବଂ ମିରାଜ-୨୦୦ ବିମାନରେ ପାକ୍‌ ବିମାନକୁ ଆଟାକ୍ କରି ଭାରତ ସୀମା ପାର୍ କରି ଦେଇଥିଲେ।

ଏହି ସମୟରେ ଅଭିନନ୍ଦନଙ୍କ ବିମାନରେ ତ୍ରୁଟି ଦେଖାଦେଇଥିଲା। ବିମାନ ନିୟନ୍ତ୍ରଣକୁ ଆଣିବା ସମ୍ଭବ ନହେବାରୁ ଅଭିନନ୍ଦନ ପାରାଚ୍ୟୁଟ ସାହାଯ୍ୟରେ ତଳକୁ ଓହ୍ଲାଇଥିଲେ।

Comment