ଓଡ଼ିଶାଲାଇଭ୍‌ ବ୍ୟୁରୋ

abhinandan

ଭାରତୀୟ ବାୟୁସେନାର ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କାହାଣୀ ବର୍ତ୍ତମାନ ପାଠ୍ୟପୁସ୍ତକରେ ସାମିଲ ହେବାକୁ ଯାଉଛି। ଏବେ ସ୍କୁଲ ପିଲାମାନେ ଅଭିନନ୍ଦନଙ୍କ ପରାକ୍ରମୀ ଓ ସାହସିକତା ବିଷୟରେ ପଢିବେ। ଏନେଇ ରାଜସ୍ଥାନର ଶିକ୍ଷାମନ୍ତ୍ରୀ ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି। ଏଣିକି ରାଜସ୍ଥାନ ସ୍କୁଲ ପାଠ୍ୟକ୍ରମରେ ଅଭିନନ୍ଦନଙ୍କ ସାହସୀକତାର କାହାଣୀ ସାମିଲ ହେବ।

ଗୋବିନ୍ଦ ସିଂହ ଡୋଟାସରା କହିଛନ୍ତି, “ଆମକୁ ସୁରକ୍ଷିତ ରଖିବା ପାଇଁ ଆମ ଯବାନ ନିଜର ସୀମାରେ ନିଜ ଜୀବନ ଦେବାକୁ ପଛାଉନାହାନ୍ତି। ସେମାନଙ୍କ ପରାକ୍ରମ ତଥା ସାହସିକତା ଆଗାମୀ ପିଢିକୁ ପ୍ରେରଣା ଦେବେ। ଏହାକୁ ଦୃଷ୍ଟିରେ ରଖି ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ କାହାଣୀକୁ ପାଠ୍ୟକ୍ରମରେ ସାମିଲ କରାଯିବା ପାଇଁ ଆମେ ନିଷ୍ପତ୍ତି ନେଇଛୁ।”

abhinandan

ପାକିସ୍ତାନ ପକ୍ଷରୁ କଶ୍ମୀରରେ ନିୟନ୍ତ୍ରଣ ରେଖା(ଏଲଓସି) ଅତିକ୍ରମ କରି ଭାରତରେ ପଶିଥିଲା ଏଫ-୧୬ ଲଢୁଆ ବିମାନ। ଏହାକୁ ପିଛା କରି ଓ୍ଵିଙ୍ଗ କମାଣ୍ଡର ଅଭିନନ୍ଦନ ନିଜ ମିଗ୍‌-୨୧ ଜରିଆରେ ଏହାକୁ ତଳେ ଖସାଇ ଦେଇଥିଲେ। କିନ୍ତୁ ନିୟନ୍ତ୍ରଣ ହରାଇ ଅଭିନନ୍ଦନଙ୍କ ମିଗ୍‌-୨୧ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିଲା।

ଅଭିନନ୍ଦନ ଏଥିରୁ ପାରାଚ୍ୟୁଟ ସାହାଯ୍ୟରେ ପାକ୍‌ ଅଧିକୃତ କଶ୍ମୀରରେ ଖସି ପଡ଼ିଥିଲେ। ଏହାପରେ ତାଙ୍କୁ ପାକିସ୍ତାନ ସେନା ଗିରଫ୍‌ କରିଥିଲେ। ଭାରତ ଦ୍ୱାରା ପାକିସ୍ତାନ ଉପରେ ବିଶ୍ୱସ୍ତରୀୟ ଚାପ ପଡ଼ିବା ପରେ ଦୀର୍ଘ ୬୦ ପରେ ପାକିସ୍ତାନରୁ ଅଭିନନ୍ଦନ ଛାଡ଼ିଦେଇଥିଲା।

Comment