ଓଡ଼ିଶାଲାଇଭ୍ ବ୍ୟୁରୋ

ଗୌହାଟୀ ହାଇକୋର୍ଟର ଅବସରପ୍ରାପ୍ତ ମୁଖ୍ୟ ବିଚାରପତି ଅଜିତ ସିଂ ଓଡ଼ିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତ ହୋଇଛନ୍ତି। ରାଜ୍ୟପାଳ ଗଣେଷୀ ଲାଲ୍‌ଙ୍କ ଅନୁମୋଦନ ପରେ ଓଡ଼ିଶାର ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ଜଷ୍ଟିସ ସିଂଙ୍କୁ ନିଯୁକ୍ତ ହୋଇଛନ୍ତି।

ଜଷ୍ଟିସ ଅଜିତ୍‌ ସିଂ ୧୯୫୬ ମସିହାରେ ଜନ୍ମଗ୍ରହଣ କରିଛନ୍ତି। ଶ୍ରୀ ସିଂ ୧୯୭୯ ମସିହାରେ ଜବଲପୁରର ମଧ୍ୟପ୍ରଦେଶ ହାଇକୋର୍ଟରେ ଓକିଲ ଭାବେ କାମ ଆରମ୍ଭ କରିଥିଲେ। ଦେୱାନୀ,ଫୌଜଦାରୀ ଓ ସାମ୍ବିଧାନିକ ମାମଲା ପିରଚାଳନାରେ ଶ୍ରୀ ସିଂଙ୍କର ବିଶେଷ ଦକ୍ଷ୍ୟତା ଅଛି।

ଓଡ଼ିଶା ଲୋକାୟୁକ୍ତ ବିଲ୍‌ ୨୦୧୫ ଜାନୁଆରୀ ୧୬ରେ ରାଷ୍ଟ୍ରପତିଙ୍କ ଦ୍ୱାରା ଅନୁମୋଦିତ ହୋଇଥିଲା। ମନୋନୟନ କମିଟି ମାର୍ଚ୍ଚ ମାସ ଶେଷ ସୁଦ୍ଧା ୫ଜଣ ସଦସ୍ୟଙ୍କ ନାଁ ଚୂଡ଼ାନ୍ତ କରିବ। ୧୯ତାରିଖରେ ମନୋନୟନ କମିଟି ବସିବାକୁ ସ୍ଥିର ହୋଇଛି। ମାର୍ଚ୍ଚ ୩୧ସୁଦ୍ଧା ଏହି ପ୍ରକ୍ରିୟା ଶେଷ ହେବ। ଲୋକପାଳ ବିଲ୍‌ ପାରିତ କରିବାରେ ଓଡ଼ିଶା ହେଉଛି ପ୍ରଥମ ରାଜ୍ୟ।

Comment