ଓଡ଼ିଶାଲାଇଭ୍ ବ୍ୟୁରୋ

ବହୁ ଚର୍ଚ୍ଚିତ କଳାହାଣ୍ଡି ଜିଲ୍ଲା ସନସାଇନ୍ ପବ୍ଳିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ହତ୍ୟା ଘଟଣାର ମୁଖ୍ୟ ଅଭିଯୁକ୍ତ ଗୋବିନ୍ଦ ସାହୁଙ୍କୁ ଜାମିନ ମିଳିଛି। ଦୁଇ ସପ୍ତାହ ପାଇଁ ଗୋବିନ୍ଦଙ୍କୁ ହାଇକୋର୍ଟ ସର୍ତ୍ତମୂଳକ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି। ନିଜ ସ୍ତ୍ରୀ ଏବଂ ପୁଅର ଚିକିତ୍ସା ଲାଗି ସେ ଅନ୍ତରୀଣ ଜାମିନ ପାଇଁ ଆବେଦନ କରିଥିଲେ।

୨୦୨୧ ମସିହା ଅକ୍ଟୋବର ୮ ତାରିଖରେ ସନସାଇନ ପବ୍ଳିକ ସ୍କୁଲର ଶିକ୍ଷୟିତ୍ରୀ ମମିତା ମେହେର ନିଖୋଜ ହୋଇଥିବା ନେଇ ତାଙ୍କ ପରିବାର ଥାନାରେ ଏତଲା ଦେଇଥିଲେ। ପୋଲିସ୍ ମମିତା ମେହେରଙ୍କୁ ଠାବ କରିବାକୁ ଖୋଳତାଡ଼ କରିଥିଲା। ପରେ ସ୍କୁଲ ପଡ଼ିଆରେ ଶିକ୍ଷୟିତ୍ରୀ ମମିତା ମେହେରଙ୍କୁ ହତ୍ୟା କରି ନିଆଁ ଲଗାଇ ପୋତି ଦିଆଯାଇଥିବା ଖବର ପାଇ ପୋଲିସ୍ ଶବ ଜବତ କରିଥିଲା।

ଏହି ଘଟଣାକୁ ନେଇ ସାରା ରାଜ୍ୟରେ ଚହଳ ପଡ଼ିବା ସହ ରାଜନୈତିକ ହଟଚମଟ ମଧ୍ୟ ଦେଖାଦେଇଥିଲା। ଏହି ଘଟଣାରେ ଗୋବିନ୍ଦ ସାହୁଙ୍କୁ ପୋଲିସ୍ ଗିରଫ କରି କୋର୍ଟ ଚାଲାଣ କରିଥିଲା। ସେବେଠାରୁ ଜେଲ ହାଜତରେ ରହିଥିଲେ ଗୋବିନ୍ଦ ସାହୁ।

Tags: #Crime #MurderCase #MamitaMeher #GovindaSahoo #InetrimBail #HighCourt

LEAVE A REPLY

Please enter your comment!
Please enter your name here