ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ବଲିଉଡ ଅଭିନେତା ଓ ନିର୍ଦ୍ଦେଶକ ଅରବାଜ୍‌ ଖାନ୍‌ ଖୁବ୍‌ ଶୀଘ୍ର ଏକ ଡ୍ୟାନ୍ସ ରିଆଲିଟି ଶୋରେ ଜଜ୍‌ ହିସାବରେ ନଜର ଆସିବେ। ତେବେ ଏଥରର ଖାସ୍‌ କଥା ଏହାକି ଏହି ଶୋରେ ଅରବାଜଙ୍କ ସହ ତାଙ୍କ ଏକ୍ସ ୱାଇଫ୍‌ ମଲାଇକା ଅରୋରା ମଧ୍ୟ ନଜର ଆସିବେ।

ସୂଚନାନୁସାରେ ଏହି ଶୋରେ ଏକ୍ସ କପୁଲଙ୍କୁ ଅଣାଯାଇପାରେ। ଯଦି ଏହି ଖବର ସତ ତେବେ ଅନେକ ଦିନ ପରେ ଅରବାଜ ଓ ମଲାଇକା ଏକାଠି ନଜର ଆସିବେ।

ମଲାଇକା ଓ ଅରବାଜ ୧୮ବର୍ଷ ବିବାହ ବନ୍ଧନରେ ରହିବା ପରେ ଅଲଗା ହୋଇଥିଲେ। ସୂଚନାନୁସାରେ ଏହି ଶୋର ଥିମ୍‌ ବିବାହ ବିଛେଦ ଉପରେ ଆଧାରିତ। ଏହି ଶୋରେ ବିଶେଷକରି ଏକ୍ସ କପୁଲଙ୍କୁ ଦେଖିବାକୁ ମିଳିବ ବୋଲି ଚର୍ଚ୍ଚା ହେଉଛି।

ସେଥିପାଇଁ ମେକର୍ସ ଚିନ୍ତା କରିଛନ୍ତି କି ଏହି ଶୋରେ ମଲାଇକା ଓ ଅରବାଜଙ୍କୁ ଜଜ୍‌ କରିବେ। ତେବେ ଏନେଇ ଅରବାଜଙ୍କ ତରଫରୁ ଉତର ମିଳିସାରିଥିବା ବେଳେ ମଲାଇକା ଏ ନେଇ କିଛି ସ୍ପଷ୍ଟ କରିନାହାନ୍ତି।

Comment