ଓଡ଼ିଶାଲାଇଭ୍‌ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଦବଙ୍ଗ-୩ ଚଳିତ ବର୍ଷ ଏପ୍ରିଲରେ ରିଲିଜ ହେବାକୁ ଲକ୍ଷ ରଖିଛି ଟିମ୍‌। ଏହାକୁ ନଜରରେ ରଖି ଫିଲ୍ମ ନିର୍ମାଣ କାମ ଜୋରସୋରରେ ଚାଲିଛି।

ଏହି ଫିଲ୍ମରେ ଲିଡ ରୋଲରେ ଅଛନ୍ତି ସଲମାନ ଖାନ୍‌। ତେବେ ଖାସ୍‌ କଥା ଏହାକି ଫିଲ୍ମର ଆଇଟମ୍‌ ଗୀତ ଲାଗି ସଲମାନ ମଲାଇକାଙ୍କୁ ଆପ୍ରୋଚ କରିନାହାନ୍ତି। ଏହାର କାରଣ ଭାଇ ଅରବାଜଙ୍କୁ ଛାଡପତ୍ର ଓ ତାହା ପରେ ଅର୍ଜୁନ କପୁରଙ୍କ ସହ ସମ୍ପର୍କ ବୋଲି ଚର୍ଚ୍ଚା ହେଉଛି।

ସେପଟେ ଏହାର କଡ଼ା ଉତ୍ତର ରଖିଛନ୍ତି ମଲାଇକା। ସେ କହିଛନ୍ତି ମୋତେ ଯାହା କରିବାର ଥିଲା ତାହା ମୁଁ କରିଛି। ମଲାଇକାଙ୍କ ଉତ୍ତରକୁ ନେଇ ଫ୍ୟାନ୍‌ମାନେ ଭିନ୍ନ ଭିନ୍ନ କମେଣ୍ଟ ଦେବା ଆରମ୍ଭ କରିଦେଇଛନ୍ତି।

ମଲାଇକାଙ୍କ ଉତ୍ତରରୁ ଏହା ଲାଗୁଛି ଦବଙ୍ଗରେ ମୁନି ବଦନାମ ଆଇଟମ୍ ନମ୍ବର ଲାଗି ସଲମାନଙ୍କ ଆପ୍ରୋଚ ନୁହଁ ବରଂ ନିଜ ପସନ୍ଦ କାରଣରୁ କରିଥିଲେ।

ଅନ୍ୟପଟେ ଦବଙ୍ଗ-୩ରେ ମଲାଇକାଙ୍କ ବଦଳରେ କାହାକୁ କାଷ୍ଟ କରିବେ ଭାଇଜାନ୍‌ ତାହାକୁ ନେଇ ଏବେବି ସସପେନ୍ସ ଜାରି ରହିଛି।

Comment