ଓଡ଼ିଶାଲାଇଭ୍ ବ୍ୟୁରୋ

ଗତକାଲି ଅଭିନେତା ଅର୍ଜୁନ କପୁର କରୋନା ପଜିଟିଭ୍ ଚିହ୍ନଟ ହେବା ପରେ ତାଙ୍କ ଗର୍ଲଫ୍ରେଣ୍ଡ ତଥା ଅଭିନେତ୍ରୀ ମଲାଇକା ଅରୋରା ମଧ୍ୟ କରୋନାରେ ଆକ୍ରାନ୍ତ ହୋଇଥିବା ଜଣାପଡ଼ିଛି। ଏବେ ସେ ହୋମ୍‌ କ୍ଵାରେଣ୍ଟାଇନ୍‌ରେ ଅଛନ୍ତି। ଏନେଇ ମଲାଇକା ନିଜ ଇନ୍‌ଷ୍ଟାଗ୍ରାମ୍‌ରେ ସୂଚନା ଦେଇଛନ୍ତି।

ନିଜ ଇନ୍‌ଷ୍ଟାଗ୍ରାମ୍ ଆକାଉଣ୍ଟରେ ପୋଷ୍ଟ କରି ମଲାଇକା ଲେଖିଛନ୍ତି, “ଆଜି ମୁଁ କରୋନା ପଜିଟିଭ୍ ଚିହ୍ନଟ ହୋଇଛି, କିନ୍ତୁ ଆପଣ ସମସ୍ତଙ୍କୁ ଜଣାଇବାକୁ ଚାହୁଁଛି ଯେ ମୁଁ ସମ୍ପୂର୍ଣ୍ଣ ଠିକ୍ ଅଛି।”

ସେ ଆହୁରି ଲେଖିଛନ୍ତି, “ମୋଠାରେ କୌଣସି ଲକ୍ଷଣ ପ୍ରକାଶ ପାଇନାହିଁ। ମୁଁ ସମସ୍ତ ପ୍ରକାର ସତର୍କତା ଅବଲମ୍ବନ କରୁଛି। ଡାକ୍ତରଙ୍କ ପରାମର୍ଶ କ୍ରମେ ମୁଁ ହୋମ୍ କ୍ଵାରେଣ୍ଟାଇନ୍‌ରେ ରହିବି। ନିଜକୁ ଶାନ୍ତ ଏବଂ ସୁରକ୍ଷିତ ରଖିବା ପାଇଁ ମୁଁ ଆପଣମାନଙ୍କୁ ଅନୁରୋଧ କରୁଛି। ଆପଣ ସମସ୍ତଙ୍କ ସପୋର୍ଟ ପାଇଁ ଧନ୍ୟବାଦ।”BGUସୋସିଆଲ ମିଡିଆରେ ମଲାଇକାଙ୍କ ଏହି ପୋଷ୍ଟ ଏବେ ଭାଇରାଲ ହେଉଛି। ପ୍ରଶଂସକମାନେ ତାଙ୍କ ଆଶୁ ଆରୋଗ୍ୟ କାମନା କରିଛନ୍ତି।

ମଲାଇକାଙ୍କ ‘ଇଣ୍ଡିଆଜ୍ ବେଷ୍ଟ ଡ୍ୟାନ୍ସର୍ସ’ ସୋ’ ସେଟ୍‌ରୁ ୭-୮ ଜଣ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ମଲାଇକା ଦୀର୍ଘ ସମୟ ଧରି ଏହି ସୋ’ର ସୁଟିଂ କରୁଥିଲେ। ତେଣୁ ପଜିଟିଭ୍ ଚିହ୍ନଟ ହୋଇଥିବା ଷ୍ଟାଫ୍‌ଙ୍କଠାରୁ ସେ କରୋନା ସଂକ୍ରମିତ ହୋଇଥାଇପାରନ୍ତି ବୋଲି ଅନୁମାନ କରାଯାଉଛି।

Comment