ଓଡ଼ିଶାଲାଇଭ ଏଣ୍ଟରଟେନମେଣ୍ଟ ବ୍ୟୁରୋ

ଫିଲ୍ମ ‘ଇଶକଜାଦେ’ରୁ ବଲିଉଡରେ ପାଦ ରଖିଥିଲେ ଅଭିନେତା ଅର୍ଜୁନ କପୁର। ଧୀରେ ଧୀରେ ବଲିଉଡରେ ନିଜର ସ୍ଥାନ ତିଆରି କରିବାରେ ସେ ସଫଳ ହୋଇଥିଲେ। ଏବେ ସେ ବଲିଉଡର ଜଣେ ଲୋକପ୍ରିୟ ଅଭିନେତା ଭାବେ ଜଣାଶୁଣା। ଆଜି ଏହି ଅଭିନେତାଙ୍କର ଜନ୍ମଦିନ। ୧୯୮୫ ଜୁନ ୨୬ ତାରିଖରେ ମୁମ୍ବାଇରେ ଜନ୍ମ ହୋଇଥିବା ଅର୍ଜୁନ ଏଥର ନିଜର ୩୫ ଜନ୍ମ ଦିନ ପାଳନ କରୁଛନ୍ତି।

ଆଜି ତାଙ୍କ ଜନ୍ମଦିବସ ଅବସରରେ ଆସନ୍ତୁ ଜାଣିବା ତାଙ୍କ ସଂପର୍କରେ କିଛି ଖାସ କଥା…

-ଆପଣ ଜାଣି ଆଶ୍ଚର୍ଯ୍ୟ ହେବେ ବଲିଉଡରେ ଡେବ୍ୟୁ କରିବା ପୂର୍ବରୁ ଅର୍ଜୁନଙ୍କର ଓଜନ ଥିଲା ୧୪୦। ଫିଲ୍ମ ଇଣ୍ଟଷ୍ଟ୍ରିକୁ ଆସିବା ପରେ ସେ ତାଙ୍କର ୫୦ କେଜି ଓଜନ କମାଇ ଥିଲେ।

-୨୦୧୨ରୁ ଫିଲ୍ମରେ କ୍ୟାରିୟର ଆରମ୍ଭ କରି ସେ ବର୍ତ୍ତମାନ ପର୍ଯ୍ୟନ୍ତ ୧୦ଟି ଫିଲ୍ମରେ କାମ କରିଛନ୍ତି।

– ହିରୋ ହେବା ପୂର୍ବରୁ ଅର୍ଜୁନ ସହନିର୍ଦ୍ଦେଶକ ଭାବେ କାମ କରୁଥିଲେ। ‘କଲା ହୋ ନା ହୋ’, ‘ସଲାମ ଏ ଇଶ୍କ, ‘ଓ୍ୱାଣ୍ଟେଡ’, ‘ନୋ ଏଣ୍ଟ୍ରି’ ଭଳି ଫିଲ୍ମରେ ସେ ସହନିର୍ଦ୍ଦେଶକ ଭାବେ କାମ କରିଥିଲେ।

-ସେ ଫିଲ୍ମ ‘ଔରଙ୍ଗଜେବ’ରେ ପ୍ରଥମ ଥର ଡବଲ ରୋଲରେ ଅଭିନୟ କରିଥିଲେ। ଏବେ ଅଭିନେତ୍ରୀ ମଲାଇକା ଅରୋରାଙ୍କ ସହ ସଂପର୍କକୁ ନେଇ ଚର୍ଚ୍ଚାରେ ଅଛନ୍ତି ଅର୍ଜୁନ।

Comment