ଓଡ଼ିଶାଲାଇଭ୍‌ ବ୍ୟୁରୋ

ଅଭିନେତା ଅର୍ଜୁନ କପୁରଙ୍କ ସାବତ ମା’ ହେଉଛନ୍ତି ଶ୍ରୀଦେବୀ। ଅର୍ଜୁନଙ୍କ ମା’ ମୋନା କପୁରଙ୍କୁ ଛାଡ଼ପତ୍ର ଦେଇ ଶ୍ରୀଦେବୀଙ୍କୁ ଦ୍ଵିତୀୟ ବିବାହ କରିଥିଲେ ଅର୍ଜୁନଙ୍କ ପିତା ବୋନି କପୁର। ମୋନା ଓ ବୋନିଙ୍କ ଔରସରୁ ଦୁଇଟି ସନ୍ତାନ ଅର୍ଜୁନ ଓ ଅଂଶୁଳା ଅଛନ୍ତି। ପିତାଙ୍କଠାରୁ ଅଲଗା ହେବା ବେଳେ ଅର୍ଜନଙ୍କୁ ମାତ୍ର ୫ବର୍ଷ ହୋଇଥିଲା।

ପରେ ସାବତ ମା ଶ୍ରୀଦେବୀଙ୍କ ସହ ଅର୍ଜୁନ ଓ ଅଂଶୁଳାଙ୍କ ସମ୍ପର୍କ ଆଦୌ ଭଲ ନଥିଲା। ଦୁଇ ପରିବାର ଅଲଗା ରହୁଥିଲେ।CGU new

ପଡ଼ୋଶୀଙ୍କ କହିବା ମୁତାବକ ଶ୍ରୀଦେବୀ ଏବଂ ତାଙ୍କ ସାବତ ପୁଅ ଅର୍ଜୁନ ଭିତରେ କେବେ କୌଣସି ମନୋମାଳିନ୍ୟ ହେବାର ସେମାନେ ଦେଖିନାହାନ୍ତି।

ବୋନି କପୁର ଶ୍ରୀଦେବୀଙ୍କୁ ଦ୍ୱିତୀୟ ବିବାହ କରିଥିଲେ। ସେ ଦୁହିଁଙ୍କର ଜାହ୍ନବୀ ଏବଂ ଖୁସି ନାମ୍ନୀ ଦୁଇ ଝିଅ ମଧ୍ୟ ଅଛନ୍ତି।

ଶ୍ରୀଦେବୀଙ୍କ ମୃତ୍ୟୁ ବେଳକୁ ଅମୃତସରରେ ସୁଟିଂରେ ବ୍ୟସ୍ତ ଥିଲେ ଅର୍ଜୁନ। ମାତ୍ର ଖବର ପାଇବା କ୍ଷଣି ତୁରନ୍ତ ଆସି ସେ ମୁମ୍ବାଇର ନିଜ ବାସଭବନରେ ପହଞ୍ଚିଥିଲେ। ଏଥରୁ ସ୍ପଷ୍ଟ ହେଉଛି ଯେ ଶ୍ରୀଦେବୀ ଓ ଅର୍ଜୁନଙ୍କ ଭିତରେ ସେତେଟା ମନୋମାଳିନ୍ୟ ବି ନଥିଲା।

Comment