ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ଏୟାରଫୋର୍ସର ୱିଙ୍ଗ କମାଣ୍ଡର ଅଭିନନ୍ଦନ ବର୍ଦ୍ଧମାନ ଏକ ପାକିସ୍ତାନୀ ଟିଭି ବିଜ୍ଞାପନରେ ଛାଇ ଯାଇଛନ୍ତି। ଅଭିନନ୍ଦନଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭାରତରେ ଏହି ଭିଡିଓକୁ ଲୋକମାନେ ସୋସିଆଲ ମିଡିଆରେ ଶେୟାର କରୁଛନ୍ତି। ଭାଇରାଲ ହେଉଥିବା ଭିଡିଓରେ ପାକିସ୍ତାନୀ ଚା’ ପତି ‘ତପାଲ’ ରହିଛି।

ଭିଡିଓରେ ମହିଳା ଜଣକ ଦୁରବିକ୍ଷଣ ଯନ୍ତ୍ରରେ ଅଭିନନ୍ଦନ ଚା’ ପିଉଥିବା ଦେଖୁଛନ୍ତି। କିନ୍ତୁ ‘ତପାଲ ଟି’ ପକ୍ଷରୁ ଏହାକୁ ଖଣ୍ଡନ କରାଯାଇଛି। ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ସହ ଏଭଳି କୌଣସି ବିଜ୍ଞାପନ ଜାରି କରାଯାଇନଥିବା କମ୍ପାନି ପକ୍ଷରୁ କୁହାଯାଇଛି।

ଅଭିନନ୍ଦନଙ୍କ ଏହି ଭିଡିଓଟିକୁ ଏଡିଟ୍ କରାଯାଇଛି। ଗତ ୨୭ ଫେବୃଆରୀରେ ଅଭିନନ୍ଦନ ପାକିସ୍ତାନ କବଜାରେ ଥିଲାବେଳେ ଚା ପିଉଥିବାର ଦୃଶ୍ୟ ଭାଇରାଲ ହୋଇଥିଲା। ଯେଉଁଥିରେ ଚା’ ପିଇ ଅଭିନନ୍ଦନ ବହୁତ ଭଲ କହିଥିଲେ। ଏହି ଭିଡିଓ ପାକିସ୍ତାନରେ ଭାଇରାଲ ପରେ ସୋସିଆଲ ମିଡିଆରେ ଛାଇ ଯାଇଥିଲା।

Comment