ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି ବା କୋଡ୍‌ ଅଫ୍‌ କଣ୍ଡକ୍ଟ। ଜାଣନ୍ତୁ କ’ଣ ରହିଛି ଏହାର ନିୟମ।

ଲୋକସଭା ନିର୍ବାଚନ ୨୦୧୯ର ବିଗୁଲ ବାଜିବାକୁ ଯାଉଛି। ନିର୍ବାଚନ ଆୟୋଗ ରବିବାର ସନ୍ଧ୍ୟାରେ ନିର୍ବାଚନ ତାରିଖ ଘୋଷଣା କରିବାକୁ ଯାଉଛନ୍ତି। ନିର୍ବାଚନି ତାରିଖ ଘୋଷଣା ହେବା ସହିତ ଖୁବଶୀଘ୍ର ଆଦର୍ଶ ଆଚରଣ ବିଧି ମଧ୍ୟ ଲାଗୁ ହୋଇପାରେ।

ଏହି ନିୟମ ଲାଗୁ ହେବା ପରେ ରାଜେନୈତିକ ଦଳଗୁଡ଼ିଙ୍କୁ ନିର୍ବାଚନ ଆୟୋଗ ଦ୍ୱାରା ନିର୍ମିତ କେତେକ ନିର୍ଦ୍ଦେଶନାମାର ପାଳନ କରିବାକୁ ପଡ଼ିଥାଏ। ତେବେ ରାଜନୈତିକ ଦଳ ପାଇଁ ନିର୍ଦ୍ଧାରିତ ସାମଜିକ ବ୍ୟବହାର, ନିୟମ ଏବଂ ଉତ୍ତରଦାୟିତ୍ୱ ସମୂହକୁ ଆଦର୍ଶ ଆଚରଣ ବିଧି କୁହାଯାଇଥାଏ। ଯାହାକୁ ଇଂରାଜୀରେ କୋଡ୍‌ ଅଫ୍‌ କଣ୍ଡକ୍ଟ କହନ୍ତି।

କେବେ ଲାଗୁ ହୋଇଥାଏ ଆଦର୍ଶ ଆଚରଣ ବିଧି?

ନିର୍ବାଚନ ତାରିଖ ଘୋଷଣା ହେବା ପରେ ପରେ ହିଁ ଏହି ନିୟମ ଲାଗୁ ହୋଇଥାଏ। ଏହି ନିୟମ ଲାଗୁ ହେବା ପରେ ସମସ୍ତ ରାଜନୈତିକ ଦଳଙ୍କ ଉପରେ ଅଙ୍କୁଶ ଲାଗିଥାଏ। କେନ୍ଦ୍ର ସରକାର, ରାଜ୍ୟ ସରକାର ସମସ୍ତେ ଏହି ନିୟମ ପାଳନ କରିବାକୁ ବାଧ୍ୟ ହୋଇଥାନ୍ତି।

 

କ’ଣ ରହିଛି ନିୟମ

  • ଏହି ନିୟମ ଲାଗୁ ହେବା ପରେ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ କୌଣସି ନୂଆ ଘୋଷଣା କରିପାରିବେ ନାହିଁ। କୌଣସି ନୂଆ ଯୋଜନାର ଶିଳାନ୍ୟାସ, ଭୂମିପୂଜନ ବା ଲୋକାର୍ପଣ କରିପାରିବେ ନାହିଁ।
  • ସରକାରଙ୍କ ଖର୍ଚ୍ଚରେ ଏପରି କୌଣସି ଆୟୋଜନ କରାଯିବ ନାହିଁ ଯାହାଦ୍ୱାରା କୌଣସି ଦଳକୁ ବିଶେଷ ଲାଭ ହେବ।
  • ରାଜନୈତିକ ଦଳ ଗୁଡ଼ିକୁ ସଭା କିମ୍ବା ରାଲି କରିବା ପାଇଁ ପୋଲିସ୍‌ ଅନୁମତି ନେବାକୁ ପଡ଼ିବ।
  • ରାଜନୈତିକ ଦଳଗଡ଼ିକ ଉପରେ ନିର୍ବାଚନ ଆୟୋଗ ପର୍ଯ୍ୟବେକ୍ଷକ ନଜର ରଖିଥାନ୍ତି।
  • କୌଣସି ମନ୍ତ୍ରୀ ସରକାରୀ ଗାଡ଼ିର ବ୍ୟବହାର କରିପାରିବେ ନାହିଁ।
  • ମତଦାନର ଗୋଟିଏ ପୂର୍ବରୁ ରାଜନୈତିକ ଦଳ ବୈଠକ କରିପାରିବେ ନାହିଁ।

ନିୟମ ପାଳନ ନକଲେ?

ଯଦି କୌଣସି ଦଳ ବା ପ୍ରାର୍ଥୀ ଏହି ନିୟମ ଉଲଙ୍ଘନ କରନ୍ତି ତେବେ ନିର୍ବାଚନ ଆୟୋଗ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେଇଥାନ୍ତି। ନିର୍ବାଚନ ଲଢ଼ିବା ଉପରେ ମଧ୍ୟ ରୋକ ଲାଗିପାରେ। ତାଙ୍କ ବିରୋଧରେ ଏଫ୍‌ଆଇଆର୍‌ ହୋଇପାରେ। ଦୋଷୀ ସାବ୍ୟସ୍ତ ହେଲେ ଜେଲ ମଧ୍ୟ ହୋଇପାରେ।

 

Comment