ଓଡ଼ିଶାଲାଇଭ୍ ବ୍ୟୁରୋ

ଯେଉଁମାନେ ପୁରୁଣା ରୋଗରେ ଆକ୍ରାନ୍ତ ହୋଇଛନ୍ତି ସେମାନଙ୍କୁ ନିର୍ବାଚନ ଡ୍ୟୁଟିରେ ପଠାଯିବ ନାହିଁ। ତେବେ ଯେଉଁମାନେ ନିର୍ବାଚନ ଅଧିକାରୀ ଭାବେ ନିଯୁକ୍ତି ପାଇଛନ୍ତି ସେମାନଙ୍କୁ ସ୍କ୍ରିନିଂ କରାଯିବ। ଏକ ମେଡିକାଲ ବୋର୍ଡ଼ ଏହି ସ୍କ୍ରିନିଂ କରିବ। ତିର୍ତ୍ତୋଲ ଓ ବାଲେଶ୍ୱର ନିର୍ବାଚନ ମଣ୍ଡଳୀରେ ଆସନ୍ତା ୩ ତାରିଖରେ ନିର୍ବାଚନ ହେବାକୁ ଯାଉଛି। ଏହା ପୂର୍ବରୁ ସ୍କ୍ରିନିଂ ସରିବ।ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ଏସକେ

ଲୋହାନି କହିଛନ୍ତି ଯେ,”ଯେଉଁ ମାନଙ୍କର ପୁରୁଣା ରୋଗ ବା କୋମରବିଡ଼ିଟି ଅଛି ବୋଲି ମେଡିକାଲ ବୋର୍ଡ଼ କହିବ କେବଳ ସେମାନଙ୍କୁ ହିଁ ନିର୍ବାଚନ ଡ୍ୟୁଟିରୁ ମୁକ୍ତି ମିଳିବ।” କରୋନା ସମୟରେ ସୁରକ୍ଷିତ ନିର୍ବାଚନ ପାଇଁ ନିର୍ବାଚନ କମିସନଙ୍କ ପକ୍ଷରୁ ଯାବତୀୟ ପ୍ରକାର ବ୍ୟବସ୍ଥା କରାଯାଇଛି। ଉଭୟ ନିର୍ବାଚନ ଅଧିକାରୀ ଓ ଭୋଟରମାନଙ୍କୁ ସୁରକ୍ଷିତ ରଖିବା ପାଇଁ ଏହିଭଳି ବ୍ୟବସ୍ଥା କରାଯାଇଛି।

କରୋନାକୁ ଆଖି ଆଗରେ ରଖି ଏଥର ବୁଥ୍ ସଂଖ୍ୟାକୁ ମଧ୍ୟ ବୃଦ୍ଧି କରାଯାଇନି। ଏଥିସହିତ ପୂର୍ବଥର ତୁଳନାରେ ଏଥର ପ୍ରତି ବୁଥ୍‌ରେ କମ ଭୋଟର ଭୋଟ ଦେବେ। ଆଗରୁ ୧୫୦୦ ଭୋଟରଙ୍କ ପାଇଁ ଗୋଟିଏ ଭୋଟ କେନ୍ଦ୍ର ଥିବାବେଳେ ଉପନିର୍ବାଚନ ବେଳେ ୧୦୦୦ ଭୋଟର ମତଦାନ କରିବାର ବ୍ୟବସ୍ଥା କରାଯାଇଛି।

Comment