ଓଡ଼ିଶାଲାଇଭ୍ ବ୍ୟୁରୋ

ବାଲେଶ୍ୱର ସଦର ବିଧାନସଭା ଆସନ ପାଇଁ ପ୍ରାର୍ଥୀ ସ୍ଵରୂପ ଦାସଙ୍କ ନାମ ଘୋଷଣା ପରେ ଶାସକ ଦଳ ଭିତରେ ଅସନ୍ତୋଷ ଦେଖାଦେଇଛି। ବାଲେଶ୍ୱର ବିଜେଡି ସଭାପତି ରବୀନ୍ଦ୍ର ଜେନାଙ୍କ ସମର୍ଥକମାନେ ଏହି ପ୍ରାର୍ଥୀତ୍ଵକୁ ବିରୋଧ କରିଛନ୍ତି।

ଜେନାଙ୍କ ସମର୍ଥକମାନେ ସୋମବାର ଦିନ ଦଳୀୟ କାର୍ଯ୍ୟାଳୟରେ ଉପସ୍ଥିତ ରହି ପ୍ରାର୍ଥୀ ପରିବର୍ତ୍ତନ ପାଇଁ ଦାବି କରିଥିଲେ। ଦଳର ତୁଙ୍ଗ ନେତୃତ୍ୱ ଏନେଇ ମତ ବଦଳାଇବା ଆବଶ୍ୟକ ବୋଲି ସେମାନେ କହିଛନ୍ତି।

ରବୀନ୍ଦ୍ର ଜେନା କିମ୍ବା ତାଙ୍କ ପତ୍ନୀ ସୁବାସିନୀ ଜେନା କେହି ଜଣେ ପ୍ରାର୍ଥୀ ହେବା ଉଚିତ ବୋଲି ସେମାନେ ଦାବି କରିଛନ୍ତି। ଯଦି ତାହା ନହୁଏ ଉପ ନିର୍ବାଚନ ଦଳକୁ ବହୁତ ମହାଙ୍ଗା ପଡ଼ିବ ବୋଲି ସେମାନେ ଚେତାବନୀ ଦେଇଛନ୍ତି।ବିଦ୍ରୋହ ଦେଖା ଦେବା ପରେ ଦଳର ବରିଷ୍ଠ ନେତା ପ୍ରତାପ ଦେବଙ୍କୁ ବିଦ୍ରୋହୀ କର୍ମୀଙ୍କୁ ବୁଝାସୁଝା କରିବା ପାଇଁ କୁହା ଯାଇଥିଲା। ପ୍ରତାପ ଦେବ, ଜେନାଙ୍କ ସମର୍ଥକଙ୍କ ସହ ବିସ୍ତୃତ ଆଲୋଚନା କରିଥିବା ଜଣାପଡ଼ିଛି। ଦଳୀୟ କର୍ମୀଙ୍କ ସହ ହୋଇଥିବା ଆଲୋଚନା ସମ୍ପର୍କରେ ଦଳର ନେତାଙ୍କୁ ଜଣାଇ ଦେବେ ବୋଲି ପ୍ରତାପ ଦେବ କହିଛନ୍ତି।

Comment