ଓଡ଼ିଶାଲାଇଭ୍‌ ବ୍ୟୁରୋ

ବୁଢ଼ିଆଣୀ ଏବଂ ସାପ ଉଭୟ ନିଜ ନିଜ ସ୍ତରରେ ବିଷଧର ଅଟନ୍ତି, ଯିଏକି ନିଜର ଶିକାର ପାଇଁ ବିଷ ପ୍ରୟୋଗ କରିଥାନ୍ତି। ଯଦି ଉଭୟଙ୍କ ଭିତରେ ଟକ୍କର ହୁଏ ତାହାଲେ କିଏ ଜିତିବ ଆମେ କହିପାରିବା ନାହିଁ। କିନ୍ତୁ ସୋସିଆଲ ମିଡିଆରେ ଭାଇରାଲ ହୋଇଥିବା ଏକ ବୁଢିଆଣୀ ଏବଂ ଏକ ସାପ ଭିତରେ ହେଉଥିବା ଲଢେଇ ଭାଇରାଲ ହେବାରେ ଲାଗିଛି। ଯେଉଁଥିରେ ଏହି ଦୁଇ ପ୍ରାଣୀଙ୍କ ମଧ୍ୟରେ ଯୋରଦାର ଲଢେଇ ହୋଇଛି।

ସବୁଠାରୁ କୌତୁହଳ କଥା ହେଉଛି କି ଶେଷରେ ବୁଢିଆଣୀ ଏବଂ ସାପ ଭିତରୁ କିଏ ବିଜୟ ଲାଭ କରିଛି। ତେବେ ତଳେ ଦେଖୁଥିବା ଏହି ଫଟୋଟି ହେଉଛି ଦୁନିଆର ଆଉ ଏକ ବିଷଧର ସାପ ଇଷ୍ଟର୍ଣ୍ଣ ବ୍ରାଉନ୍ ସ୍ନେକ୍ ଏବଂ ବିଷାକ୍ତ ରେଡବ୍ର ସ୍ପାଇଡର।

ଋବିନ ମ୍ୟାକଲିନନ ନାମକ ଏକ ଫେସବୁକ୍ ୟୁଜର୍ସ ଅଷ୍ଟ୍ରେଲିଆର ଭିକ୍ଟୋରିଆରେ ଏହି ଭୟାନକ ଲଢେଇ ଦେଖିଥିଲେ। ଏହି ଲଢେଇର ଫଟୋ ସେ ନିଜ ଫେସବୁକର ଫିଲ୍ଡ ନାଚ୍ୟୁରାଲିଷ୍ଟସ କ୍ଳବ ଅଫ ଭିକ୍ଟୋରିଆ ନାମକ ଗ୍ରୁପରେ ସେୟାର କରିଥିଲେ। ଯାହା ସୋସିଆଲ ମିଡିଆରେ ଭାଇରାଲ ହୋଇଛି।

ଫେସବୁକରେ ସେୟାର କରାଯାଇଥିବା ତିନୋଟି ଫଟୋରେ ଦେଖାଯାଇଛି କି କେମିତି ବୁଢିଆଣୀଟି ସାପଟିକୁ ନିଜ ଜାଲରେ ଫସାଇଦେଇଛି। ଯାହଫଳରେ ସାପଟି ବୁଢିଆଣୀକୁ ଆକ୍ରମଣ କରିପାରୁନାହିଁ। ଏହାର କିଛି ସମୟ ପରେ ବୁଢିଆଣୀଟି ସାପଟିକୁ ଭୂଇଁରୁ ଉପରକୁ ଉଠାଇ ଦେଉଛି, ଏବଂ ଲଢେଇରେ ଜିତିଯାଇଛି। ଏହି ଫଟୋ ଗୁଡିକୁ ସୋସିଆଲ ମିଡିଆରେ ବହୁଳ ଭାବେ ସେୟାର କରାଯାଉଛି।

Comment