ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ସାଧାରଣ ନିର୍ବାଚନରେ ଇଭିଏମ୍‌ ମେସିନ୍‌ରେ ପ୍ରାର୍ଥୀଙ୍କ ଫଟୋ ଆସିବ। ମଙ୍ଗଳବାର ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତା ସର୍ବଦଳୀୟ ବୈଠକରେ ଏହା ନିଷ୍ପତ୍ତି ନିଆଯାଇଛି। ଏହି ବୈଠକରେ ସମସ୍ତ ଦଳର ପ୍ରତିନିଧି ସାମିଲ ହୋଇଥିଲେ।

ଏଥର ନିର୍ବାଚନରେ ସାଧାରଣ ଜନତା ଇଭିଏମ୍‌ ମେସିନ୍‌ରେ ଦଳୀୟ ଚିହ୍ନ ସହିତ ଲଢ଼ୁଥିବା ପ୍ରାର୍ଥୀଙ୍କ ଫଟୋ ମଧ୍ୟ ଦେଖିପାରିବେ। ଗୋଟେ ଆସନରୁ ସମାନ ନାଁ ଥିବା ପ୍ରାର୍ଥୀଙ୍କ ମଧ୍ୟରେ ଗୋଳମାଳ ତଥା ବିଶୃଙ୍ଖଳା ନହେବା ପାଇଁ ନିର୍ବାଚନ ଆୟୋଗ ଏହି ପଦକ୍ଷେପ ନିଆଯାଇଛି।

ତେବେ ନିର୍ବାଚନରେ ସ୍ୱଚ୍ଛତା ଆଣିବା ପାଇଁ ଆୟୋଗ ପକ୍ଷରୁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ବୋଲି ସାଧାରଣରେ ଚର୍ଚ୍ଚା ହେଉଛି।

LEAVE A REPLY

Please enter your comment!
Please enter your name here