ଓଡ଼ିଶାଲାଇଭ୍‌ ବ୍ୟୁରୋ

ସାଧାରଣ ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ ବୋଲି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ କହିଛନ୍ତି।

ସାଧାରଣ ନିର୍ବାଚନ ନେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଗଣମାଧ୍ୟମରେ ପ୍ରତିକ୍ରିୟା ରଖିଛନ୍ତି। ନିର୍ବାଚନରେ ବିଜେଡି ଏକାକୀ ଲଢ଼ିବ ବୋଲି ବିଜେଡି ସୁପ୍ରିମୋ କହିଛନ୍ତି।

ତେବେ ଗତ କିଛି ଦିନ ହେବ ବିଜେଡି ଅନ୍ୟ କେଉଁ ଦଳ ସହ ମେଣ୍ଟ କରି ନିର୍ବାଚନ ଳଢ଼ିବ ବୋଲି ଚର୍ଚ୍ଚା ହେଉଥିଲା। ନବୀନଙ୍କ ଏହି ବୟାନ ପରେ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପଡ଼ିଛି।

ସେ ଆହୁରି କହିଛନ୍ତି ବିଜୟ ସମ୍ଭାବନା ଥିବା ପ୍ରାର୍ଥୀଙ୍କୁ ଗୁରୁତ୍ୱ ଦିଆଯିବ। କେଉଁ ପ୍ରାର୍ଥୀଙ୍କୁ ଦଳ ଟିକେଟ ଦେବ ସେହି ପ୍ରସଙ୍ଗରେ ନବୀନ ଏହା କହିଛନ୍ତି।

ସେପଟେ ନିର୍ବାଚନରେ କ’ଣ କରିବେ କ’ଣ ନକରିବେ ସେନେଇ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀଙ୍କ ଅଧ୍ୟକ୍ଷତା ସର୍ବଦଳୀୟ ବୈଠକ ଅନୁଷ୍ଠିତ ହୋଇଛି। ବୈଠକରେ ସମସ୍ତ ଦଳର ପ୍ରତିନିଧି ସାମିଲ ହୋଇଛନ୍ତି।  ବୈଠକରେ ରାଜନୈତିକ ଦଳକୁ ନୂଆ ନିୟମ ବିଷୟରେ ଅବଗତ କରାଯାଇଛି।

Comment