ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ ବିଜେପି ଆଦିବାସୀ ନେତା ରାମ କୁମାର ସୋରେନ୍‌ ବିଜେଡିରେ ଯୋଗଦେଇଛନ୍ତି। ବୁଧବାର ଭୁବନେଶ୍ୱର ନବୀନ ନିବାସରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଭେଟି ଶଙ୍ଖ ଧରିଛନ୍ତି ସୋରେନ୍‌। ଏହା ପୁର୍ବରୁ ରାମ କୁମାର ସୋରେନ୍‌ ମୟୁରଭଞ୍ଜ ଜିଲ୍ଲା ଏସ୍‌ଟି ମୋର୍ଚ୍ଚାର ଅଧ୍ୟକ୍ଷ ଥିଲେ।

ସୋରେନ୍‌ ବିଜେଡିରେ ମିଶିବା ନେଇ ଦଳର ସୁପ୍ରିମୋ ନବୀନ ପଟ୍ଟନାୟକ ଖୁସି ପ୍ରକାଶ କରିଛନ୍ତି। ନବୀନ କହିଛନ୍ତି, “ ମୟୁରଭଞ୍ଜ ଜିଲ୍ଲା ବିଜେପି ନେତା ରାମ କୁମାର ସୋରେନ୍‌ ଓ କର୍ମକର୍ତ୍ତା ବିଜେଡିରେ ଯୋଗ ଦେଇଥିବାରୁ ମୁଁ ଅତ୍ୟନ୍ତ ଖୁସି। ସୋରେନ୍‌ଙ୍କ ଯୋଗଦାନରେ ଦଳ ଆହୁରି ସୁଦୃଢ଼ ହେବ।”

ଅନ୍ୟ ପକ୍ଷରେ ବିଜେଡି ପ୍ରାର୍ଥୀ ତାଲିକା ଉପରେ ସାମ୍ବାଦିକଙ୍କ ପ୍ରଶ୍ନରେ ନବୀନ କହିଛନ୍ତି, ଖୁବ୍‌ ଶୀଘ୍ର ବିଜେଡିର ପ୍ରାର୍ଥୀ ତାଲିକା ପ୍ରକାଶ ପାଇବ।

Comment