ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତ-ଅଷ୍ଟ୍ରେଲିଆ ମଧ୍ୟରେ ଦିଲ୍ଲୀରେ ଖେଳାଯାଉଥିବା ଶେଷ ତଥା ନିର୍ଣ୍ଣାୟକ ଦିନିକିଆ ମ୍ୟାଚ୍‌ରେ ଟିମ୍‌ ଇଣ୍ଡିଆ ହାରିଲା। କଙ୍ଗାରୁ ଦଳଠାରୁ ୩୫ ରନ୍‌ରେ ହାରିଛି ଟିମ୍‌ ଇଣ୍ଡିଆ। ଟସ୍‌ ଜିତି ପ୍ରଥମେ ବ୍ୟାଟିଂ କରିଥିବା ଅଷ୍ଟ୍ରେଲିଆ ଦଳ ନିର୍ଦ୍ଧାରିତ ୫୦ ଓଭର୍‌ରେ ୨୭୨ରନ୍‌ କରିଥିଲା। ୨୭୩ ରନ୍‌କୁ ଟାର୍ଗେଟ ରଖି ଟିମ୍‌ ଇଣ୍ଡିଆ ୨୩୭ରନ୍‌ କରିବାକୁ ସକ୍ଷମ ହୋଇଥିଲା।

ଅଷ୍ଟ୍ରେଲିଆ ଦଳ ପକ୍ଷରୁ ବ୍ୟାଟ୍ସମ୍ୟାନ୍‌ ଉସ୍‌ମାନ ଖୱଜାଙ୍କ ଦମ୍‌ଦାର ବ୍ୟାଟିଂ ପ୍ରଦର୍ଶନୀ ଦେଖିବାକୁ ମିଳିଥିଲା। ଏହି ମ୍ୟାଚ୍‌ରେ ଉସ୍‌ମାନ ୧୦୦(୧୧୬) ରନ୍‌ ସଂଗ୍ରହ କରିଛନ୍ତି। ସେହିପରି ପିଟର ହ୍ୟାଣ୍ଡ୍ସକମ୍ବ୍‌ଙ୍କ ଅର୍ଦ୍ଧଶତକ ବଳରେ କଙ୍ଗାରୁ ଟିମ୍‌ ୨୭୨ ରନ୍‌ ସଂଗ୍ରହ କରିବାରେ ସକ୍ଷମ ହୋଇଛି।

ଟିମ୍‌ ଇଣ୍ଡିଆ ପାରିରେ ଆରମ୍ଭରୁ ଦଳକୁ ଲାଗିଥିଲା ଶକ୍ତ ଝଟ୍‌କା। ଦଳର ଶିଖର ଧୱନ ଓ ଅଧିନାୟକ ବିରାଟ କୋହଲି, କିପର ରିଶଭ୍‌ ପନ୍ତ ଆଉଟ ହୋଇଥିଲେ। ରୋହିତ ଶର୍ମା ମଧ୍ୟ ଅଦ୍ଧଶତକ ପରେ ଆଉଟ ହୋଇ ପାଭିଲିୟନକୁ ଫେରିଥିଲେ। ତେବେ କଙ୍ଗାରୁ ଦଳର  ୨୭୩ ରନ୍‌ର ଟାର୍ଗେଟ କୁ କାଟି ନପାରି ଟିମ୍‌ ଇଣ୍ଡିଆ ୨୩୭ ରନ୍‌ରେ ଝୁଣ୍ଟିଛି।

ସିରିଜ୍‌ରେ ୨-୦ରେ ଆଗୁଥିବା ଟିମ୍‌ ଇଣ୍ଡିଆ ବୁଧବାର ମ୍ୟାଚ୍‌ ପରେ ଧରାସାୟୀ ହୋଇ ୨-୩ରେ ହାରିଛି।

Comment