ଓଡ଼ିଶାଲାଇଭ୍‌ ବ୍ୟୁରୋ

ପୁରୀ ଜିଲ୍ଲା ନିମାପଡ଼ା ଅନ୍ତର୍ଗତ ଚାରିଛକ ଅଞ୍ଚଳରେ ଜଣେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ଦୁଷ୍କର୍ମ ଅଭିଯୋଗ ଆସିଛି। ଏହି ଅଭିଯୋଗ ଆଧାରରେ ପୋଲିସ ସ୍କୁଲର ପ୍ରଧାନ ଶିକ୍ଷକଙ୍କୁ ଗିରଫ କରିଛି। ଏହି ପ୍ରଧାନ ଶିକ୍ଷକଙ୍କ ନାଁ ନବଘନ ସେଠୀ।

ଚାରିଛକ ଅଞ୍ଚଳର ଏକ ପ୍ରାଥମିକ ବିଦ୍ୟାଳୟରେ ପଞ୍ଚମ ଶ୍ରେଣୀ ଛାତ୍ରୀଙ୍କୁ ସ୍କୁଲ୍‌ର ପ୍ରଧାନଶିକ୍ଷକ ପାଇଖାନାରେ ଦୁଷ୍କର୍ମ କରିଥିବାର ଅଭିଯୋଗ ଆସିଥିଲା। ଏହି ଖବର ଜଣା ପଡ଼ିବା ପରେ ସ୍ଥାନୀୟ ଲୋକେ ପ୍ରଧାନଶିକ୍ଷକଙ୍କୁ ପଚରାଉଚରା କରିବା ସହ ସ୍କୁଲରେ ତାଲା ପକାଇ ଅଟକ ରଖିଥିଲେ।

ଏନେଇ ଅଭିଯୋଗ ହେବା ପରେ ପୋଲିସ ଅଭିଯୁକ୍ତ ପ୍ରଧାନଶିକ୍ଷକଙ୍କୁ ଗିରଫ କରି ଘଟଣାର ତଦନ୍ତ ଆରମ୍ଭ କରିଛି।

Comment