ଓଡ଼ିଶାଲାଇଭ୍‌ ବ୍ୟୁରୋ

ଭାରତୀୟ ବାୟୁସେନା ଫେବ୍ରୁଆରି ୨୬ରେ ପାକିସ୍ତାନର ବାଲାକୋଟ ଉପରେ ଯେତେବେଳେ ବମ୍‌ ବର୍ଷା କରୁଥିଲା ସେତେବେଳେ ଭାରତୀୟ ସ୍ଥଳସେନା ପକ୍ଷରୁ ମିଆଁମାରରେ ଉପରେ ହୋଇଥିଲା ସର୍ଜିକଲ ଷ୍ଟ୍ରାଇକ୍‌-୩। ଭାରତୀୟ ସ୍ଥଳସେନା ଭାରତ-ମିଆଁମାର ସୀମରେ ପ୍ରବେଶ କରି ଆତଙ୍କବାଦୀଙ୍କ ଲଞ୍ଚ ପ୍ୟାଡ୍‌କୁ ଧ୍ୱଂସ କରିଥିଲେ। ବର୍ତ୍ତମାନ ଏହି ଖବର ସାମ୍ନାକୁ ଆସିବା ପରେ ଚର୍ଚ୍ଚାର ବିଷୟ ପାଲଟିଛି।

ପାକିସ୍ତାନ ଭଳି ମିଆଁମାରରେ ମଧ୍ୟ ଭାରତୀୟ ସେନା ଆତଙ୍କବାଦୀଙ୍କ ବିରୋଧରେ ନିଜର ପରାକ୍ରମ ଦେଖାଇଛି। ଆଉ ଏହି ପରାକ୍ରମରେ ଭାରତୀୟ ସେନାର ଭରପୂର ସହଯୋଗ କରିଥିଲେ ମିଆଁମାର ସୁରକ୍ଷାକର୍ମୀ। ଭାରତ-ମିଆଁମାର ଆର୍ମିର ଜଏଣ୍ଟ ଅପରେସନ୍‌ ମିଆଁମାର ସୀମାରେ ଥିବା ଆତଙ୍କୀ ଲଞ୍ଚ ପ୍ୟାଡ୍‌ଗୁଡ଼ିକୁ ବିଭିନ୍ନ ପର୍ଯ୍ୟାୟରେ ଧ୍ୱଂସ କରାଯାଇଛି। ଏହି ମେଗା ଷ୍ଟ୍ରାଇକ୍‌ ଫେବୃଆରୀ ୧୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ଚାଲିଥିଲା।

ମିଡିଆ ରିପୋର୍ଟ ଅନୁସାରେ ଦୁଇ ଦେଶରେ ଥିବା ଉନ୍‌ଫ୍ରାଷ୍ଟ୍ରକ୍ଚରକୁ ବଞ୍ଚାଇବା ପାଇଁ ଏହି ମିଶନ କରାଯାଇଥିଲା। ମିଆଁମାର ଓ ଭାରତ ସୀମାବର୍ତ୍ତି ରାଜ୍ୟରେ ଏକ ବଡ଼ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ କରାଯାଉଛି। କିନ୍ତୁ ସୀମାର ସକ୍ରିୟ ଥିବା ଆତଙ୍କବାଦୀ ଗୋଷ୍ଠୀ ଏହାକୁ ଭଣ୍ଡୁର କରିବାକୁ ଉଦ୍ୟମ କରୁଥିବାର ଖବର ମିଳିଥିଲା। ଏହାପରେ ଦୁଇ ଦେଶ ଆର୍ମିର ମିଳିତ ଅପରେସନ୍‌ରେ ଆରମ୍ଭ ହୋଇଥିଲା ସର୍ଜିକଲ ଷ୍ଟ୍ରାଇକ୍‌।

ଜମ୍ମୁ-କଶ୍ମୀର ପୁଲୱାମା ଆକ୍ରମଣ ପରେ ସାରା ଦେଶର ନଜର ପଶ୍ଚିମ ସୀମାନ୍ତକୁ ଚାଲି ଯାଇଥିବା ବେଳେ ଏହାର ସୁଯୋଗ ଉଠାଇଲା ଭାରତୀୟ ସ୍ଥଳ ସେନା। ଭାରତୀୟ ସେନା ଓ ମିଆଁମାର ସେନା ପକ୍ଷରୁ ପୂର୍ବ ସୀମାରେ ଆରମ୍ଭ କରିଥିଲା ଜଏଣ୍ଟ ଅପରେସନ୍‌।

ଭାରତୀୟ ଓ ମିଆଁମାର ସେନାର ଜଏଣ୍ଟ୍‌ ଅପରେସନ୍‌ରେ ମିଆଁମାର ସୀମାରେ ଥିବା ଆତଙ୍କି ଲଞ୍ଚପ୍ୟାଡ୍‌କୁ ଧ୍ୱଂସ କରାଯାଇଥିଲା। ଫେବୃଆରୀ ୧୭ରୁ ମାର୍ଚ୍ଚ ୨ ପର୍ଯ୍ୟନ୍ତ ବିଭିନ୍ନ ପର୍ଯ୍ୟାୟରେ ଭାରତୀୟ ସ୍ଥଳସେନା ପକ୍ଷରୁ ମିଆଁମାର ସୀମାରେ ହୋଇଥିଲା ସର୍ଜିକଲ ଷ୍ଟ୍ରାଇକ୍-୩।

କିଛିଦିନ ତଳେ କେନ୍ଦ୍ର ଗୃହମନ୍ତ୍ରୀ ରାଜନାଥ ସିଂହ ଏକ ଭାଷଣରେ ସର୍ଜିକଲ ଷ୍ଟ୍ରାଇକ୍‌ ଉପରେ ଏକ ମନ୍ତବ୍ୟ ଦେଇଥିଲେ। ଗତ ୫ ବର୍ଷ ଭିତରେ ଦେଶରେ ୩ଟି ସର୍ଜିକଲ ଷ୍ଟ୍ରାଇକ୍‌ ହୋଇଥିବା ରାଜନାଥ କହିଥିଲେ। ତୃତୀୟ ସର୍ଜିକଲ ଷ୍ଟ୍ରାଇକ୍‌ ବିଷୟରେ ରାଜନାଥ କହିବାକୁ ମନା କହିଥିଲେ। ତେବେ ବର୍ତ୍ତମାନ ମିଆଁମାର ଉପରେ ହୋଇଥିବା ସର୍ଜିକଲ ଷ୍ଟ୍ରାଇକ୍‌କୁ ରାଜନାଥ ଇଙ୍ଗିତ କରୁଥିବା ଚର୍ଚ୍ଚା ହେଉଛି।

Comment