ଓଡ଼ିଶାଲାଇଭ୍‌ ବ୍ୟୁରୋ

ଏବେ ସମସ୍ତ ଫୋକସ, ନବୀନ ନିବାସ ଉପରେ। ପ୍ରାୟ ପ୍ରତିଦିନ ଅନେକ ଟିକେଟ ଆଶାୟୀ ଆସି ନବୀନ ନିବାସରେ ଦଳର ସଭାପତିଙ୍କୁ ସାକ୍ଷାତ କରୁଛନ୍ତି ଏବଂ ଏହାସହ ପ୍ରାୟ ପ୍ରତିଦିନ ଅନେକ ଦଳରେ ସାମିଲ ବି ହେଉଛନ୍ତି।

ରବିବାର କିନ୍ନର ମୀରା ପରିଡ଼ା ବିଜୁ ଜନତା ଦଳରେ ସାମିଲ ହୋଇଛନ୍ତି। ସେ ନବୀନ ନିବାସ ଆସି ମୁଖ୍ୟମନ୍ତ୍ରୀଙ୍କ ଉପସ୍ଥିତିରେ ବିଜେଡିରେ ସାମିଲ ହୋଇଛନ୍ତି। ଏହି ମିଶ୍ରଣ କାର୍ଯ୍ୟକ୍ରମରେ ମୀରାଙ୍କର ଅନେକ ସମର୍ଥକ ମଧ୍ୟ ଉପସ୍ଥିତ ଥିଲେ।

ମୀରା ଦଳରେ ମିଶିବା ପରେ ପ୍ରତିକ୍ରିୟା ଦେଇଛନ୍ତି, “ମୁଁ କୌଣସି ଟିକେଟ ଆଶାରେ ଦଳରେ ସାମିଲ ହୋଇନାହିଁ। ଦଳରେ ଜଣେ କର୍ମୀ ହିସାବରେ କାମ କରିବି। ସେବା ମୋର ଧର୍ମ ସେବା ମୋର କର୍ତବ୍ୟ। ନବୀନ ପଟ୍ଟନାୟକଙ୍କ ନେତୃତ୍ୱରେ ରାଜ୍ୟରେ ଅନେକ ଉନ୍ନତି ହୋଇଛି।”

Comment