ଓଡ଼ିଶାଲାଇଭ୍ ପଲିଟିକାଲ୍‌ ବ୍ୟୁରୋ

 ରାଜ୍ୟ ରାଜନୀତିରେ ଏବେ ପ୍ରତିଦିନ କିଛି ନା କିଛି ଘଟୁଛି। ନିକଟରେ ଡାକ୍ତର ଦାମ ରାଉତ ବିଜେପିରେ ସାମିଲ ହୋଇଛନ୍ତି। ଯାହା ପରେ ଅନେକ ଚର୍ଚ୍ଚା ମଧ୍ୟ ଆରମ୍ଭ ହୋଇଯାଇଛି।

ଦାମ ରାଉତ ବିଜେପିରେ ମିଶିବା ପରେ ସେ କେଉଁଠୁ ୨୦୧୯ ନିର୍ବାଚନ ଲଢ଼ିବେ। ଦାମ ବିଜେପିରେ ସାମିଲ ହେବା ଦଳ ଲାଗି କେକେ ଫାଇଦା ଦେବେ ଏଭଳି ଅନେକ ଚର୍ଚ୍ଚା ଏବେ ହେଉଛି।

ଏହାରି ଭିତରେ କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟ ଓଡ଼ିଶାଲାଇଭ୍‌ କୁ ପ୍ରତିକ୍ରିୟା ଦେଇ ପ୍ରଥମ ଥର ଦାମ ରାଉତ ବିଜେପିରେ ସାମିଲ ହେବା ନେଇ ପ୍ରତିକ୍ରିୟା ଦେଇଛନ୍ତି।

ଦେବାଶିଷ ସାମନ୍ତରାୟ କହିଛନ୍ତି କି, “ଦାମ ବାକୁ ବିଜେପିରେ ସାମିଲ ହୋଇଛନ୍ତି। ସେ ବିଜେପି ଲାଗି ବଳ ନୁହଁ କାଳ ହେବେ।”

ଏହା ସହିତ ଦେବାଶିଷ ସାମନ୍ତରାୟ ଆହୁରି ମଧ୍ୟ କହୁଛନ୍ତି, “ଦାମ ରାଉତ ବିଜେପିରେ ସାମିଲ ହେବା ପରେ ଯେଉଁ ଚର୍ଚ୍ଚା ହେଲା କି ବିଜେପି ଗୋଟେ ଛକା ମାରିଲା ତାହା ଛକା ନୁହଁ ହିଟ୍‌ ୱିକେଟ ବୋଲି ଶୀଘ୍ର ଜଣାପଡ଼ିବ।”

ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଏଭଳି ମନ୍ତବ୍ୟ ପରେ ଅନେକ ଚର୍ଚ୍ଚା ହେଉଛି। ଏହା ସହିତ ସେ କହିଛନ୍ତି ବିଜୁ ଜନତା ଦଳ ଏଥର ବି ବହୁମତରେ ନିର୍ବାଚନ ଜିତିବ।

ଅନ୍ୟପଟେ କେଉଁଠୁ ନିର୍ବାଚନ ଲଢିବା ନେଇ ପ୍ରଶ୍ନରେ ସେ କହିଛନ୍ତି , “ଯେତେବେଳେ ଦାମ ବାବୁ ବିଜେଡି ଛାଡ଼ିଲେ ସେତେବେଳେ ମୋତେ ଦଳ ତରଫରୁ ଦାୟିତ୍ୱ  ଦିଆଯାଇଥିଲା ପାରାଦୀପରେ ସଂଗଠନ ସଜାଡ଼ିବା ଲାଗି। ଯଦି ମୋତେ ସେଠାରୁ ନିର୍ବାଚଲ ଲଢିବା ଲାଗି ଦଳ ତରଫରୁ ଟିକେଟ ଦିଆଯାଏ ତେବେ ମୁଁ ନିଶ୍ଚିତ ଲଢ଼ିବି।”

Comment