ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

୨୦୧୯ ନିର୍ବାଚନ ଫଳାଫଳ କଂଗ୍ରେସକୁ ନିରାଶ କରିବା ପରେ ରାହୁଲ ଗାନ୍ଧି ଅଧ୍ୟକ୍ଷ ପଦରୁ ଇସ୍ତଫା ଦେଇଛନ୍ତି। ହେଲେ ଇସ୍ତଫାପତ୍ରକୁ ଏଆଇସିସି ଗ୍ରହଣ କରୁନି। କିନ୍ତୁ ଅଧ୍ୟକ୍ଷ ପଦ ଛାଡ଼ିବା ପାଇଁ ରାହୁଲ ତାଙ୍କ ଜିଦ୍‌ରେ ଅଟଳ ରହିଛନ୍ତି। ଯଦି ରାହୁଲ ଅଧ୍ୟକ୍ଷ ପଦ ଛାଡ଼ନ୍ତି ତାହାଲେ କଂଗ୍ରେସର ଅଧ୍ୟକ୍ଷ କିଏ ହେବ ସେନେଇ କଳ୍ପନା ଜଳ୍ପନା ଲାଗି ରହିଛି।

ରାହୁଲଙ୍କ ଜାଗାରେ କିଏ ହେବ କଂଗ୍ରେସ ଅଧ୍ୟକ୍ଷ? ସଂସଦ ପରିସରରେ ଆଜି ଏହି ପ୍ରଶ୍ନ କଂଗ୍ରେସର ବରିଷ୍ଠ ନେତ୍ରୀ ସୋନିଆ ଗାନ୍ଧିଙ୍କୁ ପଚାରିଥିଲା ଗଣମାଧ୍ୟମ। କିନ୍ତୁ ସୋନିଆଲ ପ୍ରଶ୍ନର ଜବାବ ଦେଇ ନଥିଲେ। ‘ନୋ କମେଣ୍ଟ’ କହି ଚାଲି ଯାଇଥିଲେ।

ସୋନିଆଙ୍କ ‘ନୋ କମେଣ୍ଟ’ ଜବାବକୁ ନେଇ ତର୍ଜମା ଚାଲିଛି। କୁହାଯାଉଛି ରାହୁଲଙ୍କ ହାତରୁ ଅଧ୍ୟକ୍ଷ ପଦ ନଯାଉ ବୋଲି ସୋନିଆ ଚାହୁଁଥିବା ଚର୍ଚ୍ଚା ହେଉଛି।

ଦଳ ନିଷ୍ପତ୍ତି କରିବ କିଏ ହେବେ ଅଧ୍ୟକ୍ଷ

ରାହୁଲଙ୍କ ଜାଗା କିଏ ନେବ? ଏହାକୁ ନେଇ କଂଗ୍ରେସ ଶିବିରରେ ଚର୍ଚ୍ଚା ଲାଗି ରହିଥିବା ବେଳେ ରାହୁଲ ଏନେଇ ମନ୍ତବ୍ୟ ଦେଇଛନ୍ତି।

‘‘କଂଗ୍ରେସର ଉତ୍ତରାଧିକାରୀ କିଏ ହେବେ ତାହା ମୁଁ ନୁହେଁ, ଦଳ ହିଁ ନିଷ୍ପତ୍ତି ନେବ’’, କହିଛନ୍ତି ରାହୁଲ।

Comment