ଓଡ଼ିଶାଲାଇଭ୍‌ ବ୍ୟୁରୋ

ବହୁଜନ ସମାଜବାଦୀ ପାର୍ଟି ତଥା ୟୁପି ପୂର୍ବତନ ମୁଖ୍ୟମନ୍ତ୍ରୀ ମାୟାବତୀ ବୁଧବାର ବଡ଼ ଘୋଷଣା କରିଛନ୍ତି। ଲୋକସଭା ନିର୍ବାଚନ ଲଢ଼ିବେ ନାହିଁ ବୋଲି ମାୟାବତୀ କହିଛନ୍ତି। ଲକ୍ଷ୍ନୌରେ ଏକ ସାମ୍ବାଦିକ ସମ୍ମିଳନୀରେ ସେ ଏହି ଘୋଷଣା କରିଛନ୍ତି।

ଦଳ ଏବଂ ଲୋକଙ୍କ ହିତ ଦୃଷ୍ଟିରୁ ନିର୍ବାଚନ ଲଢ଼ିବେ ନାହିଁ ବୋଲି ଗଣମାଧ୍ୟମରେ ପ୍ରକାଶ କରିଛନ୍ତି ମାୟାବତୀ।

‘ମୁଁ ଯେତେବେଳେ ଚାହିଁବି ର୍ନିବାଚନ ଜିତିପାରିବି। ଆମର ମେଣ୍ଟ ଦୃଢ଼ ସ୍ଥିତିରେ ରହିଛି’ , କହିଛନ୍ତି ମାୟାବତୀ।

ୟୁପିର ୮୦ ଲୋକସଭା ଆସନରେ ଏସ୍‌ପି- ବିଏସ୍‌ପି ଓ ଆର୍‌ଏଲ୍‌ଡି ମେଣ୍ଟରେ ନିର୍ବାଚନ ଲଢ଼ିବେ। ବିଏସ୍‌ପି ୩୮ଟି ଏସ୍‌ପି ୩୭ଟି ଓ ଆରଏଲ୍‌ଡି ୩ ସିଟ୍‌ରେ ମୈଦାନଙ୍କୁ ଓହ୍ଲାଇବେ।

Comment