ଓଡ଼ିଶାଲାଇଭ୍ ବ୍ୟୁରୋ

ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍ ନିକଟରେ ୫ଲକ୍ଷ  ସବସ୍କ୍ରାଇବର୍ ଟପିଯାଇଛି। ତା’ ସାଙ୍ଗକୁ ବର୍ତ୍ତମାନ ସୁଦ୍ଧା ଏହା ୧୧ କୋଟି ୫୦ ଲକ୍ଷରୁ ଅଧିକ ଭିଉଜ୍ ହାସଲ କରି ଓଡ଼ିଶାରେ ଏକ ଆଗଧାଡିର ସୋସିଆଲ୍ ମିଡିଆର ପ୍ଲାଟଫର୍ମ ମାନ୍ୟତା ପାଇଛି।

୨୦୧୧ ମସିହା ଡିସେମ୍ବର ମାସରେ ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଥିବା ଏହି ଭିଡିଓ ଚ୍ୟାନେଲ୍‌ରେ ରହିଛି ୪୦୦୦ରୁ ଅଧିକ ଭିଡିଓ କ୍ଲିପ୍। ଓଡ଼ିଶାର ଖବର ସହିତ କଳା, ସାହିତ୍ୟ, ସଂସ୍କୃତି ଏବଂ ବିଭିନ୍ନ ଇଭେଣ୍ଟ ଉପରେ ଆଧାରିତ ଏହି ଭିଡିଓଗୁଡ଼ିକୁ ପ୍ରତିଦିନ ଦେଶ ବିଦେଶରେ ଲକ୍ଷାଧିକ ଦର୍ଶକ ଦେଖୁଛନ୍ତି।

ଓଡ଼ିଶାଲାଇଭ୍ ମିଡିଆ ନେଟଓ୍ବର୍କ ଅଧୀନରେ ରହିଛି ‘ଓଡ଼ିଶାଲାଇଭ୍’ ନ୍ୟୁଜ୍ ପୋର୍ଟାଲ୍ (www.odisha.live) ଯାହାକି ଓଡ଼ିଶା ସରକାରଙ୍କ ସୂଚନା ଓ ଲୋକସମ୍ପର୍କ ବିଭାଗ ଦ୍ଵାରା କାଟେଗୋରି-ଏ ମାନ୍ୟତା ପାଇଛି। ସେହିପରି ଓଡ଼ିଶାର ଏହି ଅଗ୍ରଣୀ ଡିଜିଟାଲ୍ ପ୍ଲାଟଫର୍ମ ଅଧୀନରେ ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ ଦେଶ ବିଦେଶରେ ଲୋକପ୍ରିୟ ହୋଇପାରିଛି। ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍ ବିଶ୍ଵର ସବୁଠାରୁ ବଡ଼ ଭିଡିଓ ପ୍ଲାଟଫର୍ମ ୟୁଟ୍ୟୁବ୍‌ର ପାର୍ଟନର ଚ୍ୟାନେଲ୍‌ର ମାନ୍ୟତା ପାଇବା ସହ ୟୁଟ୍ୟୁବ୍ ଭେରିଫାଇଡ୍  ଚ୍ୟାନେଲ୍‌ର ଯୋଗ୍ୟତା ହାସଲ କରିଛି।

“ଯେତେବେଳେ ଓଡ଼ିଶାରେ ଡିଜିଟାଲ୍ ମିଡିଆ ସମ୍ପର୍କରେ ବିଶେଷ ସଚେତନତା ନଥିଲା ସେତେବେଳେ ବୋଧହୁଏ ଆରମ୍ଭ ହୋଇଥିଲା ଓଡ଼ିଶାଲାଇଭ୍। ଏହି କିଛିବର୍ଷ ମଧ୍ୟରେ ଆମେ ଓଡ଼ିଶା ସମ୍ପର୍କରେ ଭିଡିଓ ଉପସ୍ଥାପନ କରି ଓଡ଼ିଶାଲାଇଭ୍‌କୁ ଦେଶ ବିଦେଶର ଲକ୍ଷ ଲକ୍ଷ ଡିଜିଟାଲ୍ ମିଡିଆ ଦର୍ଶକଙ୍କ ସହ ଯୋଡିପାରିଛୁ।  ଆଜି ଆମ ୟୁଟ୍ୟୁବ୍ ଚ୍ୟାନେଲ୍ ୫ଲକ୍ଷ ସବସ୍କ୍ରାଇବର୍ ସଂଖ୍ୟା ଛୁଇଁବା ଏବଂ ୧୧ କୋଟି ୫୦ ଲକ୍ଷରୁ ଅଧିକ ଲାଇଫ୍ ଟାଇମ୍ ଭିଉଜ୍ ହାସଲ କରିବା ପଛରେ ରହିଛି ସେହିମାନଙ୍କ ଭଲପାଇବା। ତେଣୁ ମୁଁ ଓଡ଼ିଶାଲାଇଭ୍ ଟିମ୍ ତରଫରୁ ସେମାନଙ୍କୁ କୃତଜ୍ଞତା ଜଣାଇବାକୁ ଚାହୁଁଛି, “କହିଛନ୍ତି ଓଡ଼ିଶାଲାଇଭ୍ ମିଡିଆର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ନୀଳାମ୍ବର ରଥ।”

କଳା ସଂସ୍କୃତି କ୍ଷେତ୍ରରେ ଓଡ଼ିଶୀ ନୃତ୍ୟ ହେଉ କି ସଙ୍ଗୀତ ସମ୍ବଲପୁରୀ ଲୋକନୃତ୍ୟ ବିଭିନ୍ନ ଆଦିବାସୀ ନୃତ୍ୟ, କଳାହାଣ୍ଡିର ଗୁମୁରା ହେଉ କି ଢାପ୍ କିମ୍ବା ମ଼ୟୂରଭଞ୍ଜର ଛଉ। ଏ ସମସ୍ତ ବିଷୟକୁ ଫୁଲ୍‌ ଏଚ୍‌ଡ଼ି ମାଧ୍ୟମରେ ଧରି ରଖି ଆସିଛି ଓଡ଼ିଶାର ପ୍ରଥମ ଓ୍ୱେବ ଚ୍ୟାନେଲ୍ ଓଡ଼ିଶାଲାଇଭ୍। କେବଳ ସେତିକି ନୁହେଁ କଳା, ସଂସ୍କୃତି ଉପରେ ବିଭିନ୍ନ ଆଧାରିତ କୋଣାର୍କ ମହୋତ୍ସବ, ଧଉଳି କଳିଙ୍ଗ ମହୋତ୍ସବ ବାଟ ଦେଇ ମେକ୍ ଇନ୍ ଓଡ଼ିଶା, ବିଶ୍ଵ କପ୍ ହକି ଏପରିକି ଅନ୍ତର୍ଜାତୀୟ ଆଲୁମିନିୟମ୍ କନକ୍ଲେଭକୁ କ୍ୟାମେରାରେ କଏଦ୍ କରି ଲୋକଙ୍କ ପାଖରେ ପହଞ୍ଚାଇପାରିଛି ଓଡ଼ିଶାଲାଇଭ୍।

“୨୦୧୨ ମସିହାରେ ଆମେ ଓଡ଼ିଶାଲାଇଭ୍ ପାଇଁ ଭିଡିଓ କାମ ଆରମ୍ଭ କରିଥିଲୁ। ପ୍ରଥମ ୩ରୁ ୪ ବର୍ଷ ଓଡ଼ିଶାରେ କାହିଁକି ଆମ ଦେଶରେ ଡିଜିଟାଲ୍ ମିଡିଆରେ ସେତିକି ଚଳଚଞ୍ଚଳତା ନଥିଲା। ୨୦୧୬ ପରେ ଡିଜିଟାଲ୍ ମିଡିଆର ବିକାଶ, ସୋସିଆଲ୍ ମିଡିଆର ଲୋକପ୍ରିୟତା ବୃଦ୍ଧି ଏବଂ ବିଭିନ୍ନ ମୋବାଇଲ୍ ଆପ୍ ଆସିବା ଫଳରେ ବହୁତ ସଂଖ୍ୟାରେ ଲୋକ ଅନ୍‌ଲାଇନ୍ ମିଡିଆ ସହ ଯୋଡି ହେଲେ। ଆଜି ଦେଶର ପ୍ରାୟ ସବୁ ଟିଭି ଚ୍ୟାନେଲ୍ ସେମାନଙ୍କ ପ୍ରତି ମୁହୂର୍ତ୍ତର କାର୍ଯ୍ୟକ୍ରମକୁ ମଧ୍ୟ ସୋସିଆଲ୍ ମିଡିଆରେ ଷ୍ଟ୍ରିମ୍ କରିବାକୁ ଆଗେଇ ଆସିଲେ। ଆଜି ଓଡ଼ିଶାରୁ ବହୁ ଡିଜିଟାଲ୍ ଚ୍ୟାନେଲ୍ ଆରମ୍ଭ ହୋଇଥିଲେ ମଧ୍ୟ ଓଡ଼ିଶାଲାଇଭ୍ ତା’ର ମୂଳ ଲକ୍ଷ୍ୟ ଏବଂ ଓଡ଼ିଶା ପ୍ରତି ସମର୍ପିତ ଭାବନା ଯୋଗୁଁ ଭିଡ଼ ମଧ୍ୟରେ ନିଜକୁ ଅଲଗା କରି ଠିଆ କରିବା କ୍ଷେତ୍ରରେ ସକ୍ଷମ ହୋଇପାରିଛି’’, କହିଛନ୍ତି ଶ୍ରୀଯୁକ୍ତ ରଥ।

ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍ ଆଜି ଓଡ଼ିଶା ସମ୍ପର୍କରେ ଏକ ଛୋଟ ଭିଡିଓ ଅନ୍‌ଲାଇନ୍‌ର ରୂପ ନେଇଛି। କାରଣ ଏଥିରେ ବିଭିନ୍ନ ବିଷୟକୁ ଆଧାରକରି ଭିଡିଓ ପୋଷ୍ଟ କରାଯିବା ସହ ଏବଂ ବିଭିନ୍ନ ବ୍ୟକ୍ତିତ୍ଵ ଓ ପ୍ରମୁଖ ଇଭେଣ୍ଟକୁ ସ୍ଥାନ ଦିଆଯାଇଛି। ତେଣୁ ଆଜି ଓଡ଼ିଶାଲାଇଭ୍ କେବଳ ଓଡ଼ିଆ ଲୋକଙ୍କ ମଧ୍ୟରେ ସୀମିତ ନ ହୋଇ ଦେଶ ବିଦେଶରେ ରହୁଥିବା ବିଭିନ୍ନ ଭାଷାଭାଷୀ ଲୋକଙ୍କ ବ୍ୟବହାରରେ ଆସିପାରିଛି।

ଓଡ଼ିଶାଲାଇଭ୍ ୟୁଟ୍ୟୁବ୍ ଚ୍ୟାନେଲ୍‌ର ଆନାଲିଟିକ୍ସ ଦେଖିଲେ ଜଣାଯାଏ ଯେ ଏହାର ମୋଟ୍ ଓ୍ୱାଚ୍ ଟାଇମ୍ ୨୪ କୋଟି ୧୪ ଲକ୍ଷ ମିନିଟ୍ ଟପି ଯାଇଛି।

ଚଳିତ ଲୋକସଭା ଓ ବିଧାନସଭା ପରିପ୍ରେକ୍ଷୀରେ ଓଡ଼ିଶାଲାଇଭ୍ ପକ୍ଷରୁ ଭିଡିଓ କଭରେଜ୍ ଜାରି ରହିଛି। ଓଡ଼ିଶାଲାଇଭ୍‌ର ୟୁଟ୍ୟୁବ୍ ଚ୍ୟାନେଲ୍‌ରେ ପୋଷ୍ଟ ହେଉଥିବା ଏହି ଭିଡିଓଗୁଡ଼ିକୁ ଦର୍ଶକମାନେ ନୟମିତ ଦେଖିବା ସହ ସେମାନଙ୍କ କମେଣ୍ଟ ଦେଉଛନ୍ତି। କେତେକ ଭିଡିଓ ଲକ୍ଷାଧିକ ଭିଉ ହାସଲ କରିପାରିଛି।

Comment