ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପି ଶୁକ୍ରବାର ଘୋଷଣା କରିଛି ଦ୍ୱିତୀୟ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା। ଯେଉଁଥିରେ ୨୨ ବିଧାନସଭା ଆସନ ଅଛି।

ଦ୍ୱିତୀୟ ପର୍ଯ୍ୟାୟରେ ବି ଅମୀୟ ଦାସଙ୍କ ନାଁ ନଥିବାରୁ ତାଙ୍କ ସମର୍ଥକ ମାନେ ବିଜେପି ପାର୍ଟି ଅଫିସ ସାମ୍ନାରେ ଧାରଣା ଦେଇଛି।

ଦଳ ବିରୋଧରେ ନିଜର ଅସନ୍ତୋଷ ଜାହିର କରିଛନ୍ତି ସମର୍ଥକ ମାନେ। ଦଳ ଭିତରେ ପିସି କାରବାର ହେଉଥିବା ସେମାନେ କହିଛନ୍ତି। ସକାଳଠୁ ଦଳୀୟ କାର୍ଯ୍ୟାଳୟ ସାମ୍ନାରେ ତାଲା ପକାଇଛନ୍ତି ସମର୍ଥକ।

ଗୁରୁବାର ରାତିରୁ ଅମୀୟଙ୍କ ସମର୍ଥକ ମାନେ ହଙ୍ଗାମା କରୁଛନ୍ତି ସେମାନଙ୍କର ଦାବି ଯେ ଅମୀୟ ଦାସଙ୍କୁ ପୂର୍ବରୁ ଟିକେଟ ଦେବା ଲାଗି ଦଳ ପ୍ରତିଶ୍ରୁତି ଦେଇଥିବା ବେଳେ ଟିକେଟ ଦେବା ବେଳେ ନାଁକୁ କାହିଁକି କାଟିଦେଇଛନ୍ତି।

ଭୁବନେଶ୍ୱର ଉତ୍ତରରୁ ଦଳ ବାବୁ ସିଂଙ୍କୁ ପ୍ରାର୍ଥୀ କରିଛି। ଯ।ହାକୁ ନେଇ ଅମୀୟ ଦାସଙ୍କ ପ୍ରାର୍ଥୀ ମାନେ ହଙ୍ଗାମା କରିଛନ୍ତି। କାରଣ ଦଳ ଟିକେଟ ଘୋଷଣା କରିବା ପୂର୍ବରୁ ଚର୍ଚ୍ଚା ହେଉଥିଲା ଦଳ ଅମୀୟ ଦାସଙ୍କୁ ଭୁବନେଶ୍ୱର ଉତ୍ତର ଲାଗି ପ୍ରାର୍ଥୀ କରିପାରେ।

Comment