ଓଡ଼ିଶାଲାଇଭ୍‌ ବ୍ୟୁରୋ

ଚଳିତ ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣରେ ଆଉ ରେକର୍ଡ ସ୍ଥାନ ପାଇଛି। ଉଦ୍‌ଘାଟନୀ ମ୍ୟାଚ୍‌ରେ ଚେନ୍ନାଇ ସୁପର କିଙ୍ଗ୍ସ୍‌ ଦଳର ସୁରେଶ ରାଇନା ୫ ହଜାର ରନ୍‌ କ୍ଲବ୍‌ରେ ସାମିଲ ହୋଇଥିଲେ। ସୋମବାର କିଙ୍ଗ୍ସ  ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ପଞ୍ଜାବ ଦଳ ପକ୍ଷରୁ ବିସ୍ଫୋରକ ବ୍ୟାଟ୍ସମ୍ୟାନ କ୍ରିସ୍‌ ଗେଲ ଆଉ ଏକ ରେକର୍ଡ କରିଛନ୍ତି। ନିଜ ଆଇପିଏଲ୍‌ କ୍ୟାରିଅରରେ ଗେଲ୍‌ ୪ ହଜାର ରନ୍‌ କ୍ଲବରେ ସାମିଲ ହୋଇଛନ୍ତି।

ଗେଲ୍‌ଙ୍କ ପୂର୍ବରୁ ମହେନ୍ଦ୍ର ସିଂହ ଧୋନ ଓ ବିରାଟ କୋହଲି ୪ ହଜାର ରନ୍‌ କ୍ଲବରେ ସାମିଲ ହୋଇଥିଲେ। ବର୍ତ୍ତମାନ କ୍ରିସ୍‌ ଗେଲ ଏଥିରେ ଯୋଗ ଦେଇଛନ୍ତି। ଦ୍ୱିତୀୟ ବିଦେଶୀ ଖେଳାଳି ଭାବେ କ୍ରିସ୍‌ ଗେଲ୍‌ ଆଇପିଏଲ୍‌ ଇତିହାସରେ ୪ ହଜାର ସଂଗ୍ରହ କରିଛନ୍ତି। ତାଙ୍କ ପୁର୍ବରୁ ହାଇଦ୍ରାବଦ୍‌ ଟିମ୍‌ର ଡାଭିଡ ୱାର୍ଣ୍ଣାର ଏହି ତାଲିକାରେ ଥିଲେ।

କ୍ରିସ୍‌ ଗେଲ୍‌ଙ୍କୁ ୪ ହଜାର ରନ୍‌ କ୍ଲବ୍‌ରେ ସାମିଲ ହେବାକୁ ମାତ୍ର ୬ ରନ୍‌ର ଆବଶ୍ୟକ ଥିଲା। ସୋମବାର କିଙ୍ଗ୍ସ  ଏକାଦଶ ପଞ୍ଜାବ ଓ ରାଜସ୍ଥାନ ରୟାଲ୍‌ସ ମଧ୍ୟରେ ଖେଳାଯାଇଥିବା ମ୍ୟାଚ୍‌ରେ ସର୍ବାଧିକ ୭୯ କରି ମୋଟ ୪୦୭୩ ରନ୍‌ ସଂଗ୍ରହ କରିଛନ୍ତି ଗେଲ୍‌। ତାଙ୍କର ଏହି ବିରାଟ ସ୍କୋର ବଳରେ କିଙ୍ଗ୍ସ ଏକାଦଶ ପଞ୍ଜାବ ରାଜସ୍ଥାନ ରୟାଲ୍‌ସଠାରୁ ୧୧ ରନ୍‌ରେ ବିଜୟ ହାସଲ କରିଛି।

Comment