ଓଡ଼ିଶାଲାଇଭ୍‌ ବ୍ୟୁରୋ

ବିଶ୍ୱର ସବୁଠାରୁ ବ୍ୟୟବହୁଳ ଟୁର୍ଣ୍ଣାମେଣ୍ଟ ଇଣ୍ଡିଆନ ପ୍ରିମିୟର ଲିଗ୍‌ (ଆଇପିଏଲ୍)ର ୧୩ତମ ସିଜନ୍‌ ଆସନ୍ତା ୧୯ ତାରିଖରୁ ୟୁଏଇରେ ଖେଳାଯିବ। ଏଥିପାଇଁ ବିଭିନ୍ନ ଦଳର ଖେଳାଳି ପ୍ରସ୍ତୁତି ଚଳାଇଛନ୍ତି। ଏହି ହାଇଭୋଲଟେଜ୍‌ ଟୁର୍ଣ୍ଣାମେଣ୍ଟକୁ ନେଇ କ୍ରିକେଟ୍‌ପ୍ରେମୀ ମଧ୍ୟ ଉତ୍ସାହିତ ହୋଇପଡ଼ିଛନ୍ତି। ଆଇପିଏଲ୍‌ର ଚଳିତ ସଂସ୍କରଣ ପାଇଁ ସିକ୍ସ ହିଟର୍ସମାନଙ୍କ ଉପରେ ଏବେ ସମସ୍ତଙ୍କ ନଜର। ଆଇପିଏଲ୍‌ରେ ଏଯାବତ୍ କେଉଁ ୧୦ ଜଣ କ୍ରିକେଟରଙ୍କ ନାମରେ ସର୍ବାଧିକ ଛକା ମାରିବାର ରେକର୍ଡ଼ ରହିଛି, ଜାଣନ୍ତୁ

  • ୧. କ୍ରିସ୍ ଗେଲ୍ : ୩୨୬
  • ୨. ଏ.ବି. ଡି ଭିଲିୟର୍ସ : ୨୧୨
  • ୩. ମହେନ୍ଦ୍ର ସିଂ ଧୋନି : ୨୦୯
  • ୪. ରୋହିତ ଶର୍ମା : ୧୯୪
  • ୫. ସୁରେଶ ରାଇନା : ୧୯୪
  • ୬. ବିରାଟ କୋହଲି : ୧୯୧
  • ୭. ଡେଭିଡ୍ ଓ୍ବାର୍ଣ୍ଣର : ୧୮୧
  • ୮. ଶେନ୍ ଓ୍ୱାଟଶନ୍‌ : ୧୭୭
  • ୯. କିରନ ପୋଲାର୍ଡ: ୧୭୬
  • ୧୦. ୟୁସୁଫ୍ ପଠାନ: ୧୫୮

ଆଇପିଏଲ୍‌ରେ ଏଯାବତ୍ ସର୍ବାଧିକ ଛକା ମାରିବାର ରେକର୍ଡ଼ କରିଛନ୍ତି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର ହାର୍ଡ ହିଟର କ୍ରିସ୍‌ ଗେଲ୍। ତାଙ୍କ ସ୍କୋରକାର୍ଡରେ ୩୨୬ଟି ଆଇପିଏଲ୍‌ ଛକା ସାମିଲ୍ ରହିଛି। ୨୦୧୨ ଆଇପିଏଲ୍‌ର ପଞ୍ଚମ ସଂସ୍କରଣରୁ ୨୦୧୯ ପର୍ଯ୍ୟନ୍ତ ସବୁ ସଂସ୍କରଣରେ ସର୍ବାଧିକ ଛକା ମାରିବାର ରେକର୍ଡ଼ କରିଛନ୍ତି ଏହି ବାମହାତୀ ବ୍ୟାଟ୍ସମ୍ୟାନ୍।

୨୦୦୮ରେ ଆଇପିଏଲ୍‌ର ପ୍ରଥମ ସଂସ୍କରଣରେ ସନଥ୍ ଜୟସୁରିୟା ସର୍ବାଧିକ ୩୧ଟି ଛକା ମାରିଥିଲେ। ଏହାପରେ ୨୦୦୯ରୁ ୨୦୧୧ ଯାଏ ୩ଟି ସଂସ୍କରଣରେ ଲଗାତର ସର୍ବାଧିକ ଛକା ମାରିବାର ରେକର୍ଡ଼ କରିଥିଲେ ଆଡାମ ଗିଲଖ୍ରୀଷ୍ଟ।

ଆଇପିଏଲ୍‌ରେ ଏଯାବତ୍‌ ସର୍ବାଧିକ ଛକା ମାରିଥିବା ଶ୍ରେଷ୍ଠ ୧୦ ଜଣ କ୍ରିକେଟରଙ୍କ ମଧ୍ୟରୁ ପ୍ରଥମ ସ୍ଥାନରେ ରହିଛନ୍ତି କିଙ୍ଗ୍‌ସ ଇଲେଭେନ୍‌ ପଞ୍ଜାବର କ୍ରିସ୍‌ ଗେଲ୍। ଏହାପରେ କ୍ରମାନ୍ୱୟରେ ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଳୁରୁର ଏବି ଡି ଭିଲିୟର୍ସ, ଚେନ୍ନାଇ ସୁପରକିଙ୍ଗ୍‌ସର ମହେନ୍ଦ୍ର ସିଂ ଧୋନି, ମୁମ୍ବାଇ ଇଣ୍ଡିଆନ୍ସର ରୋହିତ ଶର୍ମା, ଚେନ୍ନାଇ ସୁପରକିଙ୍ଗ୍‌ସର ସୁରେଶ ରାଇନା, ରୟାଲ ଚ୍ୟାଲେଞ୍ଜର୍ସ ବେଙ୍ଗାଲୁରୁର ବିରାଟ କୋହଲି, ସନରାଇଜର୍ସ ହାଇଦ୍ରାବାଦର ଡେଭିଡ୍ ଓ୍ବାର୍ଣ୍ଣର, ଚେନ୍ନାଇ ସୁପରକିଙ୍ଗ୍‌ସର ଶେନ୍‌ ୱାଟଶନ୍‌, ମୁମ୍ବାଇ ଇଣ୍ଡିଆନ୍ସର କିରନ ପୋଲାର୍ଡ ଓ ସନ୍‌ରାଇଜର୍ସ ହାଇଦ୍ରାବାଦର ୟୁସୁଫ୍ ପଠାନ ସର୍ବାଧିକ ଛକା ନିଜ ନାମରେ କରିଛନ୍ତି।

Comment