ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେପିରୁ ଇସ୍ତଫା ଦେଇଛନ୍ତି ସୁବାସ ଚୌହନ। ସେ ନିଜ ଇସ୍ତଫା ପତ୍ର ରାଜ୍ୟ ସଭାପତି ବସନ୍ତ ପଣ୍ଡାଙ୍କ ପାଖକୁ ପଠାଇଛନ୍ତି।

ବରଗଡରୁ ବିଜେପି ସୁବାସଙ୍କୁ ଟିକେନ ନଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ସୁବାସଙ୍କ ସମର୍ଥକ ମାନେ ବରଗଡ଼ର ବିଭିନ୍ନ ସ୍ଥାନରେ ବିକ୍ଷୋଭ କରିଥିଲେ।

ସୁବାସ ନିଜ ଇସ୍ତଫା ପତ୍ରରେ ଲେଖିଛନ୍ତି, “ବିଜେପି ଏକ ନିର୍ଦ୍ଦିଷ୍ଟ ଲୋକ ଦ୍ୱାରା ପରିଚାଳିତ ହେଉଛି। ମୋ ଟିକେଟ କାଟି ମୋତେ ଅପମାନିତ କରାଯାଇଛି। ଦଳ ଛାଡ଼ିବା ଲାଗି ସଭାପତି ମୋତେ ବାଧ୍ୟ କରିଥିଲେ।”

ବିଜେପି ଛାଡ଼ିବା ପରେ ସୁବାସ କେଉଁ ଦଳରେ ମିଶୁଛନ୍ତି ତାଙ୍କର ପରବର୍ତ୍ତୀ ପଦକ୍ଷେପ କଣ ହେବ ତାହା ଉପରେ ଚର୍ଚ୍ଚା ହେଉଛି।

Comment