ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ଏଥର ଜମିବ ନିର୍ବାଚନ। ପୁଅଙ୍କୁ ମିଳିଲା ଟିକେଟ।

ନିର୍ବାଚନ ଲଢ଼େଇରୁ ଓହରିଲେ ବାପା। ଆସିଲେ ପୁଆ ଟିକେଟ ଘୋଷଣା ହେବା ପରେ ନବୀନ ନିବାସ ଆଜି ଦେଖିବାକୁ ମିଳିଥିଲା ତିନି ନେତାଙ୍କ ପୁଅଙ୍କୁା

ବାଙ୍କି ବିଧାୟକ ପ୍ରଭାତ ତ୍ରିପାଠୀଙ୍କ ପୁଅ ଦେବୀ ରଞ୍ଜନ ତ୍ରିପାଠୀ, ପ୍ରଭାତ ବିଶ୍ୱାଳଙ୍କ ପୁଅ ସୌଭିକ ବିଶ୍ୱାଳ ଏବଂ ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ଆଜି ନବୀନ ନିବାସ ଆସି ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କୁ ଭେଟିଥିଲୋ ନବୀନ ନିବାସରୁ ଏମାନେ ନିଜ ନିର୍ବାଚନ ମଣ୍ଡଳୀକୁ ଯାଇଛନ୍ତିା ନୂଆ ମୁହଁକୁ ନବୀନ ଏଥର ଭରସା କରିଥିବାରୁ କୃତଜ୍ଞତା ଜଣାଇଥିଲୋ

ବାଙ୍କିରେ ଲଢ଼ିବେ ଦେବୀ ରଞ୍ଜନ

ବିଜୁ ଜନତା ଦଳର ବରିଷ୍ଠ ନେତା ପ୍ରଭାତ ତ୍ରିପାଠୀଙ୍କ ପୁଅ ହେଉଛନ୍ତି ଦେବୀ ରଞ୍ଜନା ଛାତ୍ର ରାଜନୀତିରୁ ସେ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତିା ବାପା ପ୍ରଭାତ ତ୍ରିପାଠୀ ଚିଟଫଣ୍ଡ ଠକେଇ ଅଭିଯୋଗରେ ଜେଲ୍ ଯାଇଥିବାରୁ ତାଙ୍କୁ ଟିକେଟ ନଦେଇ ପୁଅ ଦେବୀ ରଞ୍ଜନଙ୍କୁ ବାଙ୍କିରୁ ପ୍ରାର୍ଥୀ କରିଛି ବିଜେଡିା ଦେବୀ ରଞ୍ଜନ ବାଙ୍କି ନିର୍ବାଚନମଣ୍ଡଳୀ ପାଇଁ ନୂଆ ହୋଇଥିଲେ ମଧ୍ୟ ଜିତିବା ଲାଗି ସେ ଆଶାବାଦୀ ଅଛନ୍ତିା

‘‘ବାପା ମୋ’ ପାଇଁ ପ୍ରଚାର କରିବୋ ବାଙ୍କିର ଜନସାଧାରଣ ଏବଂ ମା’ ଚର୍ଚ୍ଚିକାଙ୍କ ଆଶୀର୍ବାଦ ଯୋଗୁଁ ମୁଁ ନିଶ୍ଚିତ ନିର୍ବାଚନ ଜିତିବିା ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ମୋ’ ଉପରେ ଭରସା କରିଥିବାରୁ ମୁଁ ତାଙ୍କୁ କୃତଜ୍ଞତା ଜଣାଉଛି’’, କହିଛନ୍ତି ଦେବୀ ରଞ୍ଜନ ତ୍ରିପାଠୀ।

ସେ ଆହୁରି କହିଛନ୍ତି,  ‘‘ବାଙ୍କି ଜନସାଧାରଣ ଆମ ପରିବାର ଉପରେ ଭରସା କରିଛନ୍ତିା ମୋ’ ବାପା ସବୁଜ ବାଙ୍କି ସମୃଦ୍ଧ ବାଙ୍କି ଗଠନର ସ୍ୱପ୍ନ ଦେଖିଥିଲୋ ଏହାକୁ ମୁଁ ସାକାର କରିବିା’’

ଦେବୀରଞ୍ଜନ ତ୍ରିପାଠୀ ରାଜନୀତି କ୍ଷେତ୍ରରେ ଟୁବୁ ନାଁରେ ପରିଚିତ। ଛାତ୍ର ବିଜେଡିର ଯେଉଁ ୧୦ ଜଣ ସାଧାରଣ ସମ୍ପାଦକ ଅଛନ୍ତି ସେମାନଙ୍କ ମଧ୍ୟରେ ଟୁବୁ ହେଉଛନ୍ତି ଅନ୍ୟତମ।

ଚୌଦ୍ୱାର-କଟକରୁ ସୌଭିକ

ସୌଭିକ ବିଶ୍ୱାଳ ହେଉଛନ୍ତି ଚୌଦ୍ୱାର-କଟକ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ପୁଅ। ରେଭେନ୍ସା ବିଶ୍ୱବିଦ୍ୟାଳୟରୁ ଛାତ୍ର ରାଜନୀତିରୁ ସେ କ୍ୟାରିଅର ଆରମ୍ଭ କରିଥିଲୋ ସି-ସୋର ଚିଟଫଣ୍ଡ ଲିଙ୍କ ଅଭିଯୋଗରେ ପ୍ରଭାତ ଗିରଫ ହୋଇଥିବାରୁ ତାଙ୍କୁ ଏଥର ଟିକେଟ ଦେଇନି ବିଜେଡିା ପୁଅ ସୌଭିକଙ୍କୁ ପ୍ରାର୍ଥୀ କରିଛିା

ସୌଭିକ ଆଜି ନବୀନ ନିବାସରେ ବିଜେଡି ସୁପ୍ରିମୋଙ୍କୁ ଭେଟି କୃତଜ୍ଞତା ଜଣାଇଛନ୍ତି।

ସୌଭିକ କହିଛନ୍ତି, ‘‘ବାପାଙ୍କ ଦିଗଦର୍ଶନରେ କାମ କରିବିା ଲୋକଙ୍କର ଯାହା ସମସ୍ୟା ରହିଛି ତାକୁ ଅଗ୍ରାଧିକାର ଦେବିା ଆମ ସଙ୍ଗଠନ ସୁଦୃଢ଼ ରହିଛିା’’

ବାସୁଦେବପୁରରେ ବିଷ୍ଣୁବ୍ରତ

ବିଜେଡିର ବରିଷ୍ଠ ନେତା ବିଜୟଶ୍ରୀ ରାଉତରାୟଙ୍କ ପୁଅ ବିଷ୍ଣୁବ୍ରତ ରାଉତରାୟ ହେଉଛନ୍ତି ଜଣେ ଯୁବ ନେତା। ଗତ ଦୁଇ ବର୍ଷ ତଳେ ବିଜୟଶ୍ରୀ ଆଉ ନିର୍ବାଚନ ଲଢ଼ିବେ ନାହିଁ ବୋଲି କହିଥିଲୋ ତାଙ୍କ ବଦଳରେ ସେ ପୁଅ ବିଷ୍ଣୁବ୍ରତଙ୍କୁ ଫିଟ କରିଥିଲେ। ଗତ ପଞ୍ଚାୟତ ନିର୍ବାଚନରେ ବିଷ୍ଣୁବ୍ରତ ନିଜର ସାଙ୍ଗଠନିକ ଦକ୍ଷତା ଦେଖାଇ ଏଥର ବିଧାନସଭା ନିର୍ବାଚନ ପାଇଁ ଟିକେଟ ନେଇଛନ୍ତିା

‘‘ବାସୁଦେବପୁର ଜନସାଧାରଣଙ୍କର ମୋ’ ପ୍ରତି ସମର୍ଥନ ରହିଛି। ଅଞ୍ଚଳର ଯାହା ସମସ୍ୟା ରହିଛି ତାକୁ ମିଳିମିଶି ସମାଧାନ କରିବୁ’’, କହିଛନ୍ତି ବିଷ୍ଣୁବ୍ରତ ରାଉତରାୟା

ସେହିପରି କଂଗ୍ରେସ ନେତା ନରସିଂହ ମିଶ୍ରଙ୍କ ପୁଅ ସମରେନ୍ଦ୍ର ମିଶ୍ର, ନିରଞ୍ଜନ ପଟ୍ଟନାୟକଙ୍କ ପୁଅ ନବଜୋତ ପଟ୍ଟନାୟକ ଏବଂ ଭକ୍ତ ଚରଣ ଦାସଙ୍କ ପୁଅ ସାଗର ଦାସ ବି ପ୍ରଥମ ଥର ପାଇଁ ନିର୍ବାଚନ ମଇଦାନକୁ ଓହ୍ଲାଇଛନ୍ତିା

Comment