ଓଡ଼ିଶାଲାଇଭ୍ ପଲିଟିକାଲ ବ୍ୟୁରୋ

ବିଜୟ ମହାପାତ୍ର ବିଜେପିକୁ ଫେରିବା ପରେ କେନ୍ଦ୍ରାପଡ଼ା ରାଜନୀତିରେ କ’ଣ ରହିବ ପ୍ରଭାବ?

ବରିଷ୍ଠ ନେତା ବିଜୟ ମହାପାତ୍ରଙ୍କ ମାନ ଭଞ୍ଜନ କରିଛି ବିଜେପିା ବିଜୟଙ୍କୁ ବୁଝାଇ ସୁଝାଇ ଦଳକୁ ଫେରାଇ ଅଣାଯାଇଛିା ବିଜୟ ଫେରିବା ପରେ କେନ୍ଦ୍ରାପଡ଼ା ଭୋଟ ଗଣିତ ବଦଳିବ କି ବୋଲି ଏବେ ରାଜନୀତି କରିଡରରେ ଚର୍ଚ୍ଚା ଚାଲିଛିା ବିଜୟଙ୍କୁ କେନ୍ଦ୍ରାପଡ଼ାର କେଉଁ ନିର୍ବାଚନ ମଣ୍ଡଳୀରୁ ଟିକେଟ ଦେବ ତା’ ଉପରେ ନଜର ରହିଛିା

ଅତନୁଙ୍କ ସହ ଲଢ଼ିବେ କି ବିଜୟ?

କେଉଁଠୁ ଲଢ଼ିବେ ବିଜୟ ମହାପାତ୍ର ? ପାରମ୍ପରିକଆସନ ପାଟକୁରା ନା ପାରମ୍ପରିକ ପ୍ରତିଦ୍ୱନ୍ଦ୍ୱୀ ଅତନୁସବ୍ୟସାଚୀ ନାୟକଙ୍କୁ ଭେଟିବେ ଏହି ଭେଟରାନ ନେତା? ନିର୍ବାଚନ ଇତିହାସ କହୁଛି ବିଜୟଙ୍କ ନିର୍ବାଚନମଣ୍ଡଳୀ ହେଉଛି ପାଟକୁରା। ଏହି ଆସନରୁ ବିଜୟ ଚାରି ଥର ବିଧାନସଭାକୁ ନିର୍ବାଚିତ ହୋଇଛନ୍ତିା

୨୦୦୪ରେ ବିଜୟ ଏବଂ ଅତନୁ ମୁହାଁମୁହିଁ ହୋଇଥିଲେ। ହେଲେ ଅତନୁ ଭେଟରାନ ନେତା ବିଜୟ ମହାପାତ୍ରଙ୍କୁ ପରାଜିତ କରିଥିଲେ। ୨୦୦୯ରେ ନିର୍ବାଚନ ମଣ୍ଡଳୀ ପୁନର୍ଗଠନ ହୋଇଥିଲା। ପାଟକୁରାର ୧୦ ପଞ୍ଚାୟତ ମହାକାଳପଡ଼ା ନିର୍ବାଚନ ମଣ୍ଡଳୀରେ ସାମିଲ ହୋଇଥିଲା।

ପାଟକୁରା ଛାଡ଼ି ଅତନୁ ଆସିଲେ ମହାକାଳପଡ଼ାକୁା ବିଜୟ କିନ୍ତୁ ପାଟକୁରାରେ ବିଜେଡି ପ୍ରାର୍ଥୀ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କୁ ଭେଟିଥିଲୋ ହେଲେ ବିଜୟ ପରାଜିତ ହୋଇଥିଲୋ

୨୦୧୪ରେ ପାଟକୁରା ଛାଡ଼ି ବିଜୟ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ଅତନୁଙ୍କଠାରୁ ୨୦୦୦ ମସିହାର ପ୍ରତିଶୋଧ ନେବେ ବୋଲି ଚର୍ଚ୍ଚା ହେଲା। କିନ୍ତୁ ସେମିତି କିଛି ଘଟିଲା ନାହିଁ। ବିଜୟ ପୁଣି ଅତନୁଙ୍କଠାରୁ ପରାଜିତ ହୋଇଥିଲେ। ଦୁଇ ଥର ଅତନୁଙ୍କଠାରୁ ଏବଂ ଥରେ ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କଠାରୁ ପରାଜିତ ହୋଇଥିବା ବିଜୟ ୨୦୧୯ ନିର୍ବାଚନରେ କେଉଁଠୁ ଲଢ଼ିବେ ତାକୁ ନେଇ ଚର୍ଚ୍ଚା ବଢ଼ିଛିା

‘‘ବିଜୟ ବାବୁ ବିଜେପିକୁ ଫେରିଲେ ବି କେନ୍ଦ୍ରାପଡ଼ା ରାଜନୀତିରେ କିଛି ପ୍ରଭାବ ପଡ଼ିବ ନାହିଁ। ବିଜୟ ଗତ ନିର୍ବାଚନରେ ମହାକାଳପଡ଼ାରୁ ପ୍ରାର୍ଥୀ ହୋଇଥିଲେ। ପରିଣାମ କ’ଣ ହେଲା ତାହା ସମସ୍ତେ ଜାଣିଛନ୍ତି’’, କହିଛନ୍ତି ଅତନୁସବ୍ୟସାଚୀ ନାୟକା

ପାଟକୁରା ଯିବା ନେଇ ଚର୍ଚ୍ଚା

ବିଜୟ ମହାପାତ୍ରଙ୍କୁ ପାଟକୁରାରରୁ ପ୍ରାର୍ଥୀ କରିବା ନେଇ ଚର୍ଚ୍ଚା ହେଉଛିା କାରଣ ଏଠି ବିଜେଡି ବେଦ ପ୍ରକାଶ ଅଗ୍ରଓ୍ୱାଲଙ୍କୁ ପ୍ରାର୍ଥୀ କରିଛିା ବୟସ ଅଧିକ ହୋଇଥିବାରୁ ବେଦ ପ୍ରକାଶଙ୍କୁ ବିଜେଡି ଟିକେଟ ମିଳି ନପାରେ ବୋଲି ଚର୍ଚ୍ଚା ହେଉଥିଲା। ଏହି ଆସନରୁ ଯୁବ ନେତା ତେଜେଶ୍ୱର ପରିଡ଼ାଙ୍କ ନାଁ ଶୁଣା ଯାଉଥିଲା। ହେଲେ ପୁରୁଣା ନେତାଙ୍କୁ ଭରସା କରିଛନ୍ତି ନବୀନା

ଚର୍ଚ୍ଚା ହେଉଛି ଯେ ବେଦପ୍ରକାଶଙ୍କ ସଙ୍ଗଠନ ଭଲ ନାହିଁ। ଏଣୁ ଏହାର ସୁଯୋଗ ନେବାକୁ ବିଜୟଙ୍କୁ ବିଜେପି ଏଠାରେ ପ୍ରାର୍ଥୀ କରିପାରୋ ତାଛଡ଼ା ବିଜୟଙ୍କର ଏଠାରେ କିଛି ପୁରୁଣା ଭୋଟ ବ୍ୟାଙ୍କ ରହିଥିବା କୁହାଯାଉଛି। ଏଣୁ ବିଜୟ ପାଟକୁରାରୁ ପ୍ରାର୍ଥୀ ହୋଇପାରନ୍ତି।

କେନ୍ଦ୍ରାପଡ଼ା ଲୋକସଭା ନିର୍ବାଚନ ମଣ୍ଡଳୀ ଅଧିନରେ ଆସୁଥିବା ସାଲେପୁରରେ ବିଜେପି ଭୋଟ ବ୍ୟାଙ୍କ ସୁଦୃଢ଼ କରିଛିା ସ୍ଥାନୀୟ ବିଧାୟକ ପ୍ରକାଶ ବେହେରାଙ୍କୁ ଦଳରେ ମିଶାଇ ବିଜେପି ପ୍ରାର୍ଥୀ କରିଛିା ସେହିପରି ମାହାଙ୍ଗାରେ ସାରଦା ପ୍ରଧାନଙ୍କ ସଙ୍ଗଠନ ଭଲ ଅଛିା ଏସବୁ ଜାଗାରୁ ବିଜେପି ଭୋଟ ଟାଣିପାରେ ବୋଲି ଚର୍ଚ୍ଚା ହେଉଛିା

‘‘ମୁଁ କେଉଁଠୁ ନିର୍ବାଚନ ଲଢ଼ିବି କି ନଲଢ଼ିବି ତାହା ଦଳ ସ୍ଥିର କରିବା ଆମେ ଏକାଠି ହୋଇ ୨୦୧୯ ନିର୍ବାଚନ ଲଢ଼ିବୁ’’, କହିଛନ୍ତି ବିଜୟ ମହାପାତ୍ରା

ବିଜେପି ଫୋକସରେ କେନ୍ଦ୍ରାପଡ଼ା ଲୋକସଭା

ବିଧାନସଭା ଅପେକ୍ଷା ଲୋକସଭା ଆସନକୁ ଅଧିକ ଗୁରୁତ୍ୱ ଦେଉଛି ବିଜେପିା ନରେନ୍ଦ୍ର ମୋଦିଙ୍କୁ ପୁଣିଥରେ ପ୍ରଧାନମନ୍ତ୍ରୀ କରିବା ପାଇଁ ବିଜେପି ନେତାମାନେ ଚାହୁଁଛନ୍ତି। ଏଣୁ କେନ୍ଦ୍ରାପଡ଼ା ଲୋକସଭା ଆସନରୁ ବୈଜୟନ୍ତ ପଣ୍ଡାଙ୍କୁ ବିଜୟୀ କରିବା ଲାଗି ବିଜେପି ଅଙ୍କ କଷୁଛିା

ଲୋକସଭା ଆସନ ଦଖଲ କରିବାକୁ ହେଲେ ପ୍ରଥମେ ବିଧାନସଭା ଆସନରେ ସଙ୍ଗଠନ ସଜାଡ଼ିବା ଦରକାରା

କେନ୍ଦ୍ରାପଡ଼ା ଲୋକସଭା ଅଧିନରେ ଆସୁଥିବା ୭ଟି ଯାକ ବିଧାନସଭା ଆସନରେ ଟାଣୁଆ ନେତାଙ୍କୁ ପ୍ରାର୍ଥୀ କରିବାକୁ ଚାହୁଁଛି ବିଜେପି। ଟାଣୁଆ ନେତା ହିଁ ବିଧାନସଭା ନିର୍ବାଚନମଣ୍ଡଳୀରେ ସଙ୍ଗଠନ ମଜବୁତ କଲେ ଲୋକସଭା ଆସନରେ ପ୍ରାର୍ଥୀ ଜିତି ପାରିବେ। ଏଣୁ ବିଜୟଙ୍କୁ ପାଟକୁରାରୁ ପ୍ରାର୍ଥୀ କରି ବିଜେପି ମାଷ୍ଟର ଷ୍ଟ୍ରୋକ ମାରିବାକୁ ଯୋଜନା କରୁଥିବା ଚର୍ଚ୍ଚା ହେଉଛି।

ବିଜୟଙ୍କୁ ଗ୍ରହଣ କରିବ ତ ଜିଲ୍ଲା ବିଜେପି?

ବିଜୟ ବିଜେପି ଛାଡ଼ିବା ପରେ କେନ୍ଦ୍ରାପଡ଼ା ଜିଲ୍ଲାରେ ନିଜ ସମର୍ଥକଙ୍କୁ ନେଇ ଶକ୍ତି ପ୍ରଦର୍ଶନ କରିଥିଲୋ ବିଜୟ ବିଜେପି ଛାଡ଼ିବା ପରେ ଜିଲ୍ଲା ବିଜେପି ନେତୃବୃନ୍ଦ ଏହାକୁ ସମାଲୋଚନା କରିଥିଲୋ ବିଜୟ ପୁଣି ବିଜେପିକୁ ଫେରି ପାରନ୍ତି ବୋଲି ଯେବେଠୁ ଚର୍ଚ୍ଚା ହେଲାଣି ସେବେଠୁ କେନ୍ଦ୍ରାପଡ଼ା ଜିଲ୍ଲା ବିଜେପି ଏହାକୁ ବିରୋଧ କରୁଥିଲା। ବିଜୟଙ୍କୁ ବିଜେପିରେ ପୂରାଇ ନଦେବା ପାଇଁ ଏକ ଅଘୋଷିତ ପ୍ରସ୍ତାବ ମଧ୍ୟ ପାରିତ ହୋଇଥିଲା।

ହେଲେ ଏବେ ବିଜୟ ବିଜେପିକୁ ଫେରିଛନ୍ତିା ତାଙ୍କୁ ଜିଲ୍ଲା ବିଜେପିର ନେତୃବୃନ୍ଦ ଗ୍ରହଣ କରିବେ କି ନାହିଁ ତାହା ପ୍ରଶ୍ନବାଚୀ ହୋଇ ରହିଛିା

ବିଜୁ ବାବୁଙ୍କ ଅମଳରେ ବିଜୟଙ୍କୁ ସୁପର ଚିଫ୍ ମିନିଷ୍ଟର କୁହାଯାଉଥିଲା। ବିଜେଡି ପ୍ରତିଷ୍ଠାରେ ବି ବିଜୟଙ୍କର ପ୍ରମୁଖ ହାତ ରହିଥିଲା। ଦିନ ଥିଲା କିଏ କେଉଁଠୁ ପ୍ରାର୍ଥୀ ହେବେ ତାହା ବିଜୟ ହିଁ ସ୍ଥିର କରୁଥିଲେ। କିନ୍ତୁ ବିଜୟ ବିଜେଡିରୁ ବିଦା ହେବା ପରେ ତାଙ୍କ ହାତରୁ ଏସବୁ କ୍ଷମତା ଦୂରେଇ ଯାଇଛିା ୧୯ ବର୍ଷ ହେଲା ବିଜୟ କ୍ଷମତା ରାଜନୀତିରୁ ଦୂରେଇ ରହିଛନ୍ତିା ନିର୍ବାଚନ ଲଢ଼େଇରେ ବାରମ୍ବାର ପରାଜିତ ହୋଇଛନ୍ତି ବିଜୟା ୨୦୧୯ ନିର୍ବାଚନରେ କେନ୍ଦ୍ରାପଡ଼ା ଜିଲ୍ଲାରୁ ପୁଣି ନିର୍ବାଚନ ଲଢ଼ିବାକୁ ଗଣିତ କଷୁଛନ୍ତି ଏହି ଭେଟରାନ ନେତା।

Comment