ଓଡ଼ିଶାଲାଇଭ୍‌ ପଲିଟିକାଲ୍‌ ବ୍ୟୁରୋ

ବିଜେଡି ସୁପ୍ରିମୋ ତୃତୀୟ ଓ ଚତୁର୍ଥ ପର୍ଯ୍ୟାୟ ନିର୍ବାଚନ ଲାଗି ପ୍ରାର୍ଥୀ ତାଲିକା ଘୋଷଣା କରିଛନ୍ତି। ଦଳ ସଭାପତି ୧୮ ବିଧାନସଭା ଆସନ ଲାଗି ପ୍ରାର୍ଥୀ ଘୋଷଣା କରିଛି।

ବିଜେଡି ଜଟଣୀ ବିଧାନସଭା ଆସନ ଲାଗି ବିଭୂତି ବଲବନ୍ତରାୟଙ୍କୁ ଟିକେଟ ଦେଇଛି। ୨୦୧୪ରେ ଉକ୍ତ ଆସନରୁ ଜିତିଥିବା ମିଟୁ ବଡ଼ ଜେନାଙ୍କୁ ଦଳ ଏଥର ଟିକେଟ ଦେଇନାହିଁ।

ବିଭୂତି ଅନେକ ଦିନ ହେବ ଦଳର ସଦସ୍ୟ ରହି ଆସିଛନ୍ତି। ୨୦୦୯ରେ ବିଜେଡିରୁ ଟିକେଟ ପାଇ ବିଭୂତି ଜିତିଥିଲେ। କିନ୍ତୁ ୨୦୧୪ ନିର୍ବାଚନ ବେଳେ ଦଳ ତାଙ୍କୁ ଟିକେଟ ଦେଇନଥିଲା। ମାତ୍ର ୨୦୧୯ରେ ପୁଣିଥରେ ଭରସା କରି ବିଭୂତି ବଳବନ୍ତରାୟଙ୍କୁ ଦଳ ଟିକେଟ ଦେଇଛି।

ଦଳ ବିଭୂତିଙ୍କୁ ଟିକେଟ ଦେବା ପରେ ସେ ପ୍ରତିକ୍ରିୟାରେ ନବୀନ ପଟ୍ଟନାୟକଙ୍କୁ କୃତଜ୍ଞତା ଜଣାଇଛନ୍ତି। ଏହାସହ ସେ ୨୦୧୯ରେ ଟିକେଟ ନମିଳିବା ନେଇ କହିଛନ୍ତି, “ଦଳ ମୋତେ ଟିକେଟ ନଦେଇଥିଲେ ବି ୨ଟି ସ୍ଥାନରେ ସଂଙ୍ଗଠନର ଦାୟିତ୍ୱ ଦେଇଥିଲେ।”

Comment