ଓଡ଼ିଶାଲାଇଭ୍‌ ବ୍ୟୁରୋ

ନିର୍ବାଚନ ପୂର୍ବରୁ କଂଗ୍ରେସ ନେତା ହାର୍ଦ୍ଦିକ ପଟେଲଙ୍କୁ ଗୁଜୁରାଟ ହାଇକୋର୍ଟରୁ ବଡ଼ ଝଟକା ଲାଗିଛି। ଦଙ୍ଗା ଭିଆଇବା ମାମଲାର ଶୁଣାଣି କରି କୋର୍ଟ ହାର୍ଦ୍ଦିକଙ୍କ ନିର୍ବାଚନ ଲଢ଼ିବା ଉପରେ ରୋକ ଲଗାଇଛନ୍ତି।

୨୦୧୫ରେ ମେହସଣା ବିସନଗରରେ ଦଙ୍ଗା ଭିଆଇବା ମାମଲାରେ ହାର୍ଦ୍ଦିକଙ୍କୁ ୨ ବର୍ଷ ଦଣ୍ଡ ହୋଇଥିଲା। କୋର୍ଟ ତାଙ୍କୁ ଜାମିନ ମଧ୍ୟ ଦେଇ ଦେଇଥିଲେ।

ହାର୍ଦ୍ଦିକ ଗୁଜୁରାଟ ହାଇକୋର୍ଟରେ ଦଣ୍ଡ ଶେଷ କରିବା ଓ ନିର୍ବାଚନ ଲଢ଼ିବାକୁ ଅନୁମତି ପାଇଁ କୋର୍ଟରେ ଆବେଦନ କରିଥିଲେ। ମାତ୍ର କୋର୍ଟ ତାଙ୍କର ଆବେଦନକୁ ଖାରଜ କରି ଦେଇଛନ୍ତି। ଜନପ୍ରତିନିଧି ଅଧିନିୟମ ୧୯୫୧ମୁତାବକ ତାଙ୍କୁ ନିର୍ବାଚନ ଲଢିବାକୁ ଅଯୋଗ୍ୟ ଘୋଷିତ କରିଛନ୍ତି କୋର୍ଟ।

ମେହସାଣାର ବିସନଗରରେ ୨୦୧୫ ଜୁଲାଇ ୨୩ରେ ବିଜେପି ବିଧାୟକ ଋଷିକେଶ ପଟେଲଙ୍କ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିଲା। ଏହି ମାମଲାରେ ହାର୍ଦ୍ଦିକ ପଟେଲ ଦୋଷୀ ସାବ୍ୟସ୍ତ ହୋଇଥିଲେ।

ନିକଟରେ ହାର୍ଦ୍ଦିକ କଂଗ୍ରେସରେ ସାମିଲ ହୋଇଥିଲେ। ସେ ଜାମନଗରରୁ ନିର୍ବାଚନ ଲଢ଼ିଥାନ୍ତେ।

Comment