ଓଡ଼ିଶାଲାଇଭ୍‌ ବ୍ୟୁରୋ

କଂଗ୍ରେସରେ ସାମିଲ ହୋଇ ରାଜନୀତି କ୍ୟାରିୟର ଆରମ୍ଭ କରିଥିବା ଅଭିନେତ୍ରୀ ଉର୍ମିଳା ମାତୋଣ୍ଡକର ଲୋକସଭା ନିର୍ବାଚନ ଲଢ଼ିବେ। ଦୁଇ ଦିନ ପୂର୍ବେ କଂଗ୍ରେସର ସଦସ୍ୟତା ଗ୍ରହଣ କରିଥିବା ଉର୍ମିଳାଙ୍କୁ ମୁମ୍ବାଇ (ଉତ୍ତର) ପାଇଁ ପ୍ରାର୍ଥୀ ଘୋଷଣା କରିଛି କଂଗ୍ରେସ। ଏହି ଆସନରେ ଉର୍ମିଳାଙ୍କ ମୁକାବିଲା ବିଜେପିର ବର୍ତ୍ତମାନର ସାଂସଦ ପ୍ରାର୍ଥୀ ଗୋପାଳ ସେଠୀଙ୍କ ସହ ହେବ।

ମୁମ୍ବାଇ ଉତ୍ତର ଆସନକୁ ବିଜେପିର ଗଡ଼ ବୋଲି କୁହାଯାଇଥାଏ। ଏଠାରେ କଂଗ୍ରେସ ଉର୍ମିଳାଙ୍କୁ ପ୍ରାର୍ଥୀ କରି ମଜବୁତ୍‌ ଚାଲ୍‌ ଚଳାଇଛି। ଦେଖିବାକୁ ବାକି ଏଠାରେ ଉର୍ମିଳାଙ୍କ ଲୋକପ୍ରିୟତା କଂଗ୍ରେସକୁ ଫାଇଦା ଦେଉଛି କି ନାହଁ?

ଗତ ବୁଧବାର କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧିଙ୍କୁ ଭେଟି ଉର୍ମିଳା କଂଗ୍ରେସରେ ଯୋଗ ଦେଇଥିଲେ। କଂଗ୍ରେସ ଦଳର ବିଚାରଧାରାରେ ଅନୁପ୍ରାଣିତ ହୋଇ କଂଗ୍ରେସରେ ଯୋଗ ଦେଇଥିବା ଉର୍ମିଳା କହିଥିଲେ।

Comment