ଓଡ଼ିଶାଲାଇଭ୍‌ ବ୍ୟୁରୋ

ଆଜିକାଲି ଅନେକ ସମ୍ପର୍କରେ ଫାଟ ଦେଖାଯାଉଛି। କିଛି କାରଣ ନଥାଇ ବି ଦୁଇଜଣ ଅଲଗା ହୋଇଯାଉଛନ୍ତି। ବିଶେଷକରି ଦୂର ସମ୍ପର୍କରେ ଦୂରତା ଅଧିକ ଦେଖାଦେଇଥାଏ।

ଯଦି ଆପଣ ଯାହାକୁ ଭଲପାଉଛନ୍ତି ସେ ଆପଣଙ୍କଠୁ ଦୂରରେ ରହୁଛି କିମ୍ବା ଯାହାକୁ ବିବାହ କରିଛନ୍ତି ସେ ଆପଣଙ୍କ ପାଖରେ ନାହାନ୍ତି ତେବେ ସେହି ସମୟରେ କେମିତି ଆପଣ ସମ୍ପର୍କକୁ ଅଧିକ ସୁନ୍ଦର କରିପାରିବେ।

ସାଧାରଣତଃ ବିବାହ ପରେ କିମ୍ବା ପୂର୍ବରୁ ଯେଉଁ କପଲ୍‌ ପରସ୍ପରକୁ ଭଲ ପାଉଛନ୍ତି ଆଉ କୌଣସି କାରଣରୁ ଦୂରରେ ରହିଥାନ୍ତି, ତାହାର କାରଣ ଚାକିରି କିମ୍ବା ପାଠପଢ଼ା ହୋଇଥାଏ।

ଯଦି ଆପଣ ଆପଣଙ୍କ ସାଥୀଠାରୁ ଦୂରରେ ରହୁଛନ୍ତି ତେବେ ଏହି ଖବର ପଢ଼ିବା ଜରୁରୀ। ଆସନ୍ତୁ ଜାଣିବା ଦୂରରେ ସାଥୀ ଥିଲେ ବିଶେଷ କରି କେଉଁ ଦିଗ ପ୍ରତି ଧ୍ୟାନ ଦେଲେ ସମ୍ପର୍କ ଭଲ ରହିଥାଏ।

ଭିଡ଼ିଓ କଲ୍‌ରେ କଥା ହୁଅନ୍ତୁ

ସାଥୀ ଦୂରରେ ଥିଲେ ଅନେକ ସମୟରେ ସମସ୍ତେ ପରସ୍ପରକୁ ମିସ କରିଥାନ୍ତି। ଯଦି ଏମିତି ହେଉଛି ତେବେ ସମୟ ମିଳିଲେ ସାଥୀ ସହ ଭିଡ଼ିଓ କଲ୍‌ରେ କଥା ହୁଅନ୍ତୁ। ଏମିତି ହେଲେ ଆପଣ ପରସ୍ପରକୁ ପ୍ରତିଦିନ ଦେଖିପାରିବେ। ପୂରା ଦିନ ଯେତେ ବି ବିଜି ଥାନ୍ତୁ କି ଫୋନରେ କଥା ହୁଅନ୍ତୁ ଦିନରେ ଥରୁଟେ ଭିଡିଓ କଲ୍‌ରେ କଥା ହୁଅନ୍ତୁ ଦେଖିବେ ଏହା ଆପଣଙ୍କୁ ଭଲ ଲାଗିବ।

ସାଥୀକୁ ସରପ୍ରାଇଜ୍‌ ଉପହାର ପଠାନ୍ତୁ

ଏହା ଏକ ସାଧାରଣ କଥା କି ଆପଣ ଭଲପାଉଥିବା ମଣିଷଟି ଆପଣଙ୍କ ପାଖରେ ଥିଲେ ଯେମିତି ତା ସହ ଆପଣଙ୍କର ଏକ ପରିବାର ଭଳି ସମ୍ପର୍କ ସୃଷ୍ଟି ହୋଇଥାଏ। ଆଉ ଏହାରି ଭିତରେ ପରସ୍ପର ଜଣେ ଅନ୍ୟର ପସନ୍ଦ ନାପସନ୍ଦକୁ ବି ଜାଣିପାରିଥାନ୍ତି। ତେଣୁ ଯେତେବେଳେ ବି ସାଥୀଠୁ ଦୂରରେ ରହୁଛନ୍ତି ଆପଣ ସାଥୀ ଲାଗି ସରପ୍ରାଇଜ୍‌ ଉପହାର ପଠାଇପାରିବେ। ଏହି ଉପହାର ଆପଣ ତାଙ୍କ ସାଙ୍ଗରେ ରହିବାର ଅନୁଭବ ଦେଇଥାଏ।

ସାଥୀକୁ ଖାସ୍‌ ଫିଲ୍‌ କରାନ୍ତୁ

ସାଥୀ ଦୂରରେ ଥାଉ କି ପାଖରେ ସବୁ ସମ୍ପର୍କରେ  ଆବଶ୍ୟକ ପରସ୍ପର ପ୍ରତି ଭଲପାଇବା, କେୟାର। ଯଦି ଆପଣ ସାଥୀଠୁ ଦୂରରେ ରହୁଛନ୍ତି ତେବେ ସାଥୀଙ୍କର କିଛି ଖାସ୍‌ ଦିନକୁ ଏକାଠି ପାଳନ କରିବାକୁ ପ୍ଲାନ କରନ୍ତୁ। ଏହା ସହିତ ନିଜ ସାଥୀଙ୍କୁ ଖାସ୍‌ ବୋଲି ଫିଲ୍‌ କରାନ୍ତୁ ଦେଖିବେ ସମ୍ପର୍କରେ କେବେ ବି ଦୂରତା ଆସିବନି।

ଅସୁବିଧା ସମୟରେ ସବୁବେଳେ ଉପସ୍ଥିତ ରୁହନ୍ତୁ

ଯଦି ଆପଣଙ୍କ ସାଥୀ ପାଖରେ ନାହାନ୍ତି ତେବେ ପ୍ରତିଦିନ ଦେଖାକରିବା ସମ୍ଭବ ନୁହଁ। କିନ୍ତୁ ଯେତେବେଳେ ବି ସାଥୀ ଅସୁବିଧାରେ ପଡ଼ୁଛନ୍ତି ତେବେ ଯଥାସମ୍ଭବ ତାଙ୍କ ପାଖରେ ପହଞ୍ଚିବାକୁ ଚେଷ୍ଟା କରନ୍ତୁ।

ଫୋନକୁ ଅଧିକ ବିଜି ରଖନ୍ତୁ ନାହିଁ

ଫୋନରେ ଅଧିକ ସମୟ କଥାହେବା କମ୍ କରନ୍ତୁ। କାରଣ ଆପଣ ଓ ଆପଣଙ୍କ ସାଥୀ ପରସ୍ପରଠୁ ଦୂରରେ ରହୁଛନ୍ତି। ଏମିତି ରେ ସେ ଆପଣଙ୍କ ସହ କଛି ବି ଶେୟାର କରିବା ଲାଗି ଯେ କୌଣସି ସମୟରେ ଫୋନ କରିପାରନ୍ତି। ତେଣୁ ଯଦି ଆପଣ ସବୁବେଳେ ଫୋନକୁ ବିଜି ରଖିବେ ତେବେ ସମ୍ପର୍କ ଖରାପ ହେବାର ଭୟ ଥାଏ। ଯଦି ଆପଣଙ୍କ ସାଥୀ ଫୋନ କଲା ସମୟରେ କଥା ହେବା ସମ୍ଭବ ହେଉନି ତେବେ ପରେ କଲ୍‌ କରନ୍ତୁ ନହେଲେ ମେସେଜ୍‌ କରିଦିଅନ୍ତୁ।

ସମ୍ପର୍କର ଖିଅ ଅତି ସୂକ୍ଷ୍ମ ଯାହା ସାମାନ୍ୟ ବି ଭୂଲରେ ଛିଡ଼ିଯିବାର ଭୟ ଥାଏ। ତେଣୁ ଆମେ ଆମ ସମ୍ପର୍କକୁ କେମିତି ଦୀର୍ଘସ୍ଥାୟୀ ଓ ମଜବୁତ ରଖିବା ତାହା କେବଳ ଆମ ଉପରେ ହିଁ ନିର୍ଭର କରିଥାଏ।

Comment