ଓଡ଼ିଶାଲାଇଭ୍ ବ୍ୟୁରୋ

ବଜାରକୁ ଆସିଲା ବିଶ୍ଵର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ ସେଲ୍‌ଫି କ୍ୟାମେରା ଫୋନ୍, ଜାଣନ୍ତୁ କଣ ରହିଛି ଫିଚର୍

ଫ୍ରଣ୍ଟ ସେଲ୍‌ଫି କ୍ୟାମେରା ଥିବା ଫୋନ ବିଷୟରେ ତ ଆପଣ ଜାଣିଥିବେ। ତେବେ ଅଣ୍ଡର ଡିସ୍‌ପ୍ଲେ ସେଲ୍‌ଫି କ୍ୟାମେରା ଫୋନ ବିଷୟରେ କଣ ଆପଣ ଆଗରୁ କେବେ ଶୁଣିଛନ୍ତି କି ? ଇତି ମଧ୍ୟରେ ଲଞ୍ଚ ହୋଇଛି ବିଶ୍ଵର ପ୍ରଥମ ଅଣ୍ଡର ଡିସ୍‌ପ୍ଲେ ସେଲ୍‌ଫି କ୍ୟାମେରା ବିଶିଷ୍ଟ ଫୋନ। ଜେଟିଇ(ZTE) ସ୍ମାର୍ଟଫୋନ କମ୍ପାନି ପକ୍ଷରୁ ଏହି ଫୋନଟିକୁ ବଜାରରେ ଲଞ୍ଚ କରାଯାଇଛି।

କମ୍ପାନି ପକ୍ଷରୁ ଲଞ୍ଚ କରାଯାଇଥିବା ଏହି ଫୋନଟିର ମଡେଲ ହେଉଛି ଜେଟିଇ ଏକ୍ସୋନ ୨୦ ୫ଜି(ZTE Axon 20 5G)। ଏହି ଫୋନରେ ଗ୍ରାହକମାନେ ଫୁଲ ଡିସ୍‌ପ୍ଲେର ସୁବିଧା ପାଇପାରିବେ। ୪ଟି ଆକର୍ଷଣୀୟ ରଙ୍ଗ ସହ ୩ଟି ଭିନ୍ନ ରାମ୍‌ରେ ଉପଲବ୍ଧ ହେଉଛି ଏହି ଫୋନ।ଜେଟିଇ ଏକ୍ସୋନ ୨୦ ୫ଜିର କିଛି ଦମ୍‌ଦାର ଫିଚର

ଏହି ଫୋନରେ ନାନୋ ଡୁଆଲ ସିମର ବ୍ୟବହାର କରିପାରିବେ ଗ୍ରାହକ। ଏଥିରେ ଆଣ୍ଡ୍ରଏଡ ୧୦ର ସପୋର୍ଟ ରହିଛି। ଏହି ଫୋନର ସ୍କ୍ରିନ ହେଉଛି ୬.୯୨ ଇଞ୍ଚ। ଏଥିରେ ଅକ୍ଟା-କୋର ପ୍ରୋସେସର ରହିଛି।ଏହାର ରିଅର କ୍ୟାମେରା ହେଉଛି ୬୪ ମେଗାପିକ୍ସେଲ ବିଶିଷ୍ଟ। ଏଥିସହ ଏହାର ବ୍ୟାଟେରୀ କ୍ଷମତା ହେଉଛି ୪୨୨୦ ମେଗା ହର୍ଜ। ଏହି ଫୋନରେ ୧୨୮ ଜିବି ରୋମର ସୁବିଧା ପାଇପାରିବେ ଗ୍ରାହକ। ବଜାରରେ ଏହାର ପ୍ରାରମ୍ଭିକ ମୂଲ୍ୟ ୨୩,୫୦୦ ରଖାଯାଇଛି।

Comment