ଓଡ଼ିଶାଲାଇଭ୍‌ ବ୍ୟୁରୋ

ମୃତ୍ୟୁ ପରେ ମୋକ୍ଷ ପାଇଁ ପୃଥିବୀରେ ରହିଛି ଭିନ୍ନ ଭିନ୍ନ ପରମ୍ପରା। କେହି କେହି ଗଙ୍ଗା ଯାଇ ପାପରୁ ମୁକ୍ତି ପାଇଥାନ୍ତି ବୋଲି ବିଶ୍ୱାସ କରନ୍ତି। ସେହିପରି କେତେକ ଚାରିଧାମ ଯାତ୍ରା କଲେ ମୋକ୍ଷ ପ୍ରାପ୍ତି ବା ଜନ୍ମ ମୃତ୍ୟୁ ବନ୍ଧନରୁ ମୁକ୍ତି ମିଳିଥାଏ ବୋଲ କହିଥାନ୍ତି। ଏନେଇ ଶାସ୍ତ୍ରରେ ଅନେକ ତଥ୍ୟ ଉଲ୍ଲେଖ ରହିଛି। ତେବେ ବାରଣାସୀରେ ଏମିତି ଏକ ସ୍ଥାନ ଅଛି ଯେଉଁଠାକୁ  ଲୋକେ ଜୀବନର ଶେଷ ସମୟରେ ଶାନ୍ତି ମୃତ୍ୟୁ  ପାଇଁ ଆସିଥାନ୍ତି।

ବାରଣାସୀର ‘କାଶୀ ଲାଭ ମୁକ୍ତି ଭବନ’ ନାମରେ ଏକ ଗେଷ୍ଟ ହାଉସ ରହିଛି। ମୋକ୍ଷ ପାଇଁ ଏଠାକୁ ମୃତ୍ୟୁର କିଛିଦିନ ପୂର୍ବରୁ ଲୋକେ ଯାଇ ସାଜିଥାନ୍ତି ଅତିଥି। ଏଠାରେ ଦେହ ତ୍ୟାଗ କଲେ ମୋକ୍ଷ ମିଳେ ବୋଲି ବିଶ୍ୱାସ ରହିଛି। ଏଠାରେ କୌଣସି ପ୍ରକାରର ହତ୍ୟା ଓ ଆତ୍ମହତ୍ୟା କରିବାକୁ ଅନୁମତି ମିଳି ନଥାଏ। ଜୀବନର ଶେଷ ସମୟରେ ଲୋକେ ସେଠାକୁ ଯାଇ ମୃତ୍ୟୁକୁ ଅପେକ୍ଷା କରନ୍ତି।

କମ ବୟସ୍କା ଏବଂ ସୁସ୍ଥ ଲୋକଙ୍କୁ ‘କାଶୀ ଲାଭ ମୁକ୍ତି ଭବନ’ ଭିତରକୁ ପଶିବାକୁ ଅନୁମତି ମିଳି ନ ଥାଏ। ୨ ସପ୍ତାହ ମଧ୍ୟରେ ଯଦି ରହିଥିବା ବ୍ୟକ୍ତିର ମୃତ୍ୟୁ ନ ହୁଏ ତେବେ ତାଙ୍କୁ ସେଠାରୁ କାଢ଼ି ଦିଆଯାଏ। ଦୁଇ ମହଲା ବିଶିଷ୍ଟ ଏହି ଗେଷ୍ଟ ହାଉସରେ ୧୨ଟି କୋଠରୀ ରହିଛି। ବର୍ଷକୁ ଗେଷ୍ଟ ହାଉସକୁ ମୃତ୍ୟୁକୁ ଅପେକ୍ଷା କରିବାକୁ ଆସୁଥିବା ଲୋକଙ୍କ ମଧ୍ୟରୁ ୫ ପ୍ରତିଶତ ଲୋକ ଜୀବିତ ଅବସ୍ଥାରେ ଫେରିଥାନ୍ତି ବୋଲି ସ୍ଥାନୀୟ ଲୋକେ କୁହନ୍ତି।

Comment