ଓଡ଼ିଶାଲାଇଭ୍ ବ୍ୟୁରୋ

“ମେସିନ କେବେ ହେଲେ ବି ମଣିଷର ବିକଳ୍ପ ନୁହେଁ। ସେଥିପାଇଁ ବିଜ୍ଞାନ ଓ ପ୍ରକୃତି ମଧ୍ୟରେ ସଠିକ୍ ସମନ୍ୱୟ ରକ୍ଷା କରିବାର ଆବଶ୍ୟକତା ରହିଛି। ଏହାକୁ ଦୃଷ୍ଟିରେ ରଖି ପାଠ୍ୟକ୍ରମ ପ୍ରସ୍ତୁତ କରିବା ଉଚିତ’’, କହିଛନ୍ତି ବିଶିଷ୍ଟ ଲେଖକ ପଦ୍ମବିଭୂଷଣ ସୀତାକାନ୍ତ ମହାପାତ୍ରା

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର ପ୍ରତିଷ୍ଠା ଦିବସ ଆଜି ପାଳିତ ହୋଇଯାଇଛି। ଏଥିରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇଥିଲେ ବିଶିଷ୍ଟ ଲେଖକ ପଦ୍ନ ବିଭୂଷଣ ସୀତାକାନ୍ତ ମହାପାତ୍ରା ଉଚ୍ଚଶିକ୍ଷା ପରିଷଦର ଅଧ୍ୟକ୍ଷ ପ୍ରଫେସର ଆଶୋକ ମହାପାତ୍ର ମୁଖ୍ୟ ବକ୍ତା ଭାବେ ଯୋଗ ଦେଇଥିଲେ।

“ଗୁଗଲ ସବୁ ପ୍ରଶ୍ନର ଉତ୍ତର ନୁହଁ। ତେଣୁ ପ୍ରତ୍ୟେକ ଶିକ୍ଷକ ଜଣେ ଜଣେ ଗବେଷକ ହେବା ଆବଶ୍ୟକା ପ୍ରତ୍ୟେକ ଛାତ୍ରଛାତ୍ରୀ ନିଜର ପରିଶ୍ରମ ଓ ଅଧ୍ୟବସାୟ ବଳରେ ନିଜ ରାସ୍ତା ନିଜେ ପ୍ରସ୍ତୁତ କରିବାର ଦରକାର” କହିଥିଲେ ପ୍ରଫେସର ଅଶୋକ ମହାପାତ୍ର।

ସେ ଆହୁରି କହିଥିଲେ ଯେ ଛାତ୍ରଛାତ୍ରୀଙ୍କ ପାଇଁ ଅନେକ ସୁଯୋଗ ରହିଛିା ଛାତ୍ରଛାତ୍ରୀମାନେ ଏହାର ସଠିକ୍ ସୁଯୋଗ ନେବା ଉଚିତା

ବିର୍ଲା ଗ୍ଲୋବାଲ ୟୁନିଭର୍ସିଟିର କୁଳପତି ଅଧ୍ୟାପକ ସୁଧାକର ପଣ୍ଡା କହିଥିଲେ, “ବିର୍ଲା ଗ୍ଲୋବାଲ ୟୁନିଭର୍ସିଟି ସବୁ ସମୟରେ ପରିବର୍ତ୍ତନକୁ ସ୍ୱାଗତ କରିଛି ଏବଂ ଏହାକୁ ସକାରାତ୍ମକ ଭାବେ ଗ୍ରହଣ କରିଛିା ଯେତେବେଳେ ଜଣେ ପରିବର୍ତ୍ତନକୁ ଗ୍ରହଣ କରିବ ସେତେବେଳେ ଉନ୍ନତି ସମ୍ଭବ ହୋଇପାରିବା’’

ଏହି ଅବସରରେ ବିଶ୍ୱବିଦ୍ୟାଳୟର କୃତୀ ଛାତ୍ରଛାତ୍ରୀଙ୍କୁ ପୁରସ୍କୃତ କରାଯାଇଥିଲା। ବିଶ୍ୱବିଦ୍ୟାଳୟର ରେଜଷ୍ଟ୍ରାର ଡକ୍ଟର ବି.କେ ଦାସ ଓ ଡିନ୍ ଡକ୍ଟର ପି. ନାୟକଙ୍କ ସମେତ ବିଶ୍ୱବିଦ୍ୟାଳୟର ଅନେକ ଛାତ୍ରଛାତ୍ରୀ ଓ ଅଧ୍ୟାପକ ମଧ୍ୟ ଏହି ଅବସରରେ ଯୋଗ ଦେଇଥିଲେ।

LEAVE A REPLY

Please enter your comment!
Please enter your name here