ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

ବିଶାଳ ଶୋଭାଯାତ୍ରାରେ ଶହ ଶହ ସମର୍ଥକ ଓ କର୍ମୀଙ୍କ ସହ ଆସି ପ୍ରାର୍ଥିପତ୍ର ଦାଖଲ କରିଛନ୍ତି ଅତନୁ ସବ୍ୟସାଚୀ ନାୟକ। ପୂର୍ବାହ୍ନରେ କେନ୍ଦ୍ରାପଡ଼ା ଗୋପ ଛକରୁ ବହାରି କେନ୍ଦ୍ରାପଡ଼ା ସହର ଭିତର ଦେଇ ଶୋଭାଯାତ୍ରା କରିଥିଲେ। ଏହି ଶୋଭାଯାତ୍ରାରେ ମହାକାଳପଡ଼ାର କର୍ମୀମାନେ ସାମିଲ ହୋଇଥିଲେ।

କେନ୍ଦ୍ରାପଡ଼ା ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ରିଟଣ୍ଣିଂ ଅଫିସର ପ୍ରଣୟ କୁମାର ଜେନାଙ୍କ ପାଖରେ ପ୍ରାର୍ଥିପତ୍ର ଦାଖଲ କରିଥିଲେ ଅତନୁସବ୍ୟସାଚୀ ନାୟକ। ଅତନୁଙ୍କ ରାଲିରେ କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି ମଧ୍ୟ ସାମିଲ ହୋଇଥିଲେ।

ଅତନୁ ସବ୍ୟସାଚୀ କହିଛନ୍ତି, “ମହାକାଳପଡ଼ା ଓ ମାର୍ଶାଘାଇ ଲୋକେ ମତେ ଘରର ପୁଅ ଓ ଭାଇ ବୋଲି ଭାବନ୍ତି। ସେମାନଙ୍କ ସୁଖ ଦୁଃଖରେ ମୁଁ ସବୁବେଳେ ସାମିଲ ଅଛି। କେନ୍ଦ୍ରାପଡ଼ା ମାଟି ବିଜୁବାବୁଙ୍କର ମାଟି। ଆମର ଜଣେ ହିଁ ନେତା ନବୀନ ବାବୁ। ଏଥର ରାଜ୍ୟରେ ବହୁମତରେ ବିଜୟୀ ହେବ ବିଜେଡି।”

“ମୋର ରାଜନୀତିର ଜୀବନ ପ୍ରଥମ ଥର ପାଇଁ କେନ୍ଦ୍ରାପଡ଼ାରୁ ଆରମ୍ଭ ହୋଇଛି। କେନ୍ଦ୍ରାପଡ଼ାରେ ମୁଁ ମୋର ଶେଷ ନିଶ୍ୱାସ ଯାଏଁ କାମ କରିବି। କେନ୍ଦ୍ରାପଡ଼ାରେ ରହି ମୁଁ ଲୋକମାନଙ୍କ ସେବା କରିବି”, କହିଛନ୍ତି କେନ୍ଦ୍ରାପଡ଼ା ଲୋକସଭା ପ୍ରାର୍ଥୀ ଅନୁଭବ ମହାନ୍ତି।

୨୦୦୪ରେ ପାଟକୁରାରୁ ବିଧାୟକ ପ୍ରାର୍ଥୀ ଭାବେ ଜିତିଥିଲେ ଅତନୁ। ୨୦୦୯ରୁ ୨୦୧୪ ଯାଏଁ ମହାକାଳପଡ଼ାରୁ ଜିତି ଆସୁଛନ୍ତି ଅତନୁ।

LEAVE A REPLY

Please enter your comment!
Please enter your name here