ଓଡ଼ିଶାଲାଇଭ୍‌ ପଲିଟିକାଲ ବ୍ୟୁରୋ

 

ନିର୍ବାଚନ ସମ୍ପର୍କରେ ଗୁରୁତ୍ୱପୂର୍ଣ୍ଣ ଖବର ପଢ଼ନ୍ତୁ।

ଆଜି ଓଡ଼ିଶା ଆସୁଛନ୍ତି ମୋଦି

ଆଜି ଓଡ଼ିଶା ଆସୁଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ସୁନ୍ଦରଗଡ଼ରେ ବିଜେପିର ବିଜୟସଂକଳ୍ପ ସଭାର ପ୍ରଧାନମନ୍ତ୍ରୀ ଯୋଗ ଦେବାର କାର୍ଯ୍ୟକ୍ରମ ରହିଛି। ମୋଦିଙ୍କ ଗସ୍ତ ନେଇ ବିଜେପି ଶିବିରରେ ନେତାଙ୍କ ମଧ୍ୟରେ ଉତ୍ସାହ ଦେଖିବାକୁ ମିଳିଛି। ନିର୍ବାଚନ ତାରିଖ ଘୋଷଣା ହେବା ପରେ ଏହା ମୋଦିଙ୍କର ଦ୍ଵିତୀୟ ଓଡ଼ିଶା ଗସ୍ତ। ଏହା ପୂର୍ବରୁ ମାର୍ଚ୍ଚ ୨୯ରେ ମୋଦି କୋରାପୁଟ ଜୟପୁର ଆସି ନିର୍ବାଚନୀ ପ୍ରଚାର ଆରମ୍ଭ କରିଥିଲେ।

ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ସୁଅ – ପୂର୍ବାହ୍ନରେ ମୋଦି, ଅପରାହ୍ନରେ ଯୋଗୀ

ପ୍ରଥମ ପର୍ଯ୍ୟାୟ ନିର୍ବାଚନକୁ ଆଉ ୪ଦିନ ବାକିଥିବା ବେଳେ ଓଡ଼ିଶାକୁ କେନ୍ଦ୍ରୀୟ ନେତାଙ୍କ ଘନଘନ ଗସ୍ତ ହେଉଛି। ଗୋଟିଏ ସପ୍ତାହ ଭିତରେ ନରେନ୍ଦ୍ର ମୋଦି ୨ଥର ଓଡ଼ିଶା ଆସୁଛନ୍ତି। ପୂର୍ବାହ୍ନରେ ମୋଦି ସୁନ୍ଦରଗଡ଼ ଓ ସୋନପୁରରେ ହେବାକୁଥିବା ବିଜୟସଂକଳ୍ପ ସମାବେଶରେ ଯୋଗ ଦେବେ। ସେହିପରି ଆଜି ଅପରାହ୍ନରେ ଉତ୍ତରପ୍ରଦେଶର ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ନିର୍ବାଚନୀ ପ୍ରଚାର ଲାଗି ଓଡ଼ିଶା ଆସୁଛନ୍ତି।

କାର୍ଯ୍ୟସୂଚୀ ଅନୁସାରେ ଯୋଗୀ ଫୁଲବାଣୀ ଓ ବ୍ରହ୍ମପୁରଠାରେ ବିଜେପି ପକ୍ଷରୁ ଆୟୋଜିତ ବିଜୟ ସଂକଳ୍ପ ସମାବେଶରେ ଯୋଗଦେବେ।

ପ୍ରଥମ ପର୍ଯ୍ୟାୟ ମତଦାନ ଲାଗି ୬୦ଲକ୍ଷରୁ ଅଧିକ ଭୋଟର

ରାଜ୍ୟରେ ଆସନ୍ତା ୧୧ତାରିଖରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ହେବ। ୪ ଲୋକସଭା (କଳାହାଣ୍ଡି, ନବରଙ୍ଗପୁର, ବ୍ରହ୍ନପୁର,କୋରାପୁଟ)ସହ ୨୮ ବିଧାନସଭା ଆସନ ଲାଗି ପ୍ରଥମ ପର୍ଯ୍ୟାୟ ମତଦାନ ହେବ। ପ୍ରଥମ ପର୍ଯ୍ୟାୟ ନିର୍ବାଚନ ୭୨୩୩ ବୁଥରେ ନିର୍ବାଚନ ହେବ। ପାଖାପାଖି ୬୦ ଲକ୍ଷ ୩ହଜାର ୭୦୭ ଜଣ ଭୋଟର ପ୍ରଥମ ପର୍ଯ୍ୟାୟ ଲାଗି ନିଜର ମତଦାନ ସାବ୍ୟସ୍ତ କରିବେ। ଏହି ଭୋଟରଙ୍କ ମଧ୍ୟରେ ୨୯,୭୨,୯୨୫ ପୁରୁଷ ଭୋଟର, ୩୦,୩୦,୨୨୨ ମହିଳା ଭୋଟର, ୫୬୦ ତୃତୀୟ ଲିଙ୍ଗ ଭୋଟର ଅଛନ୍ତି।

ସେହିପରି ୪ଲୋକସଭା ଆସନ ଲାଗି ମୋଟ ୨୬ଜଣ ପ୍ରାର୍ଥୀ ମଇଦାନରେ ଥିବା ବେଳେ ୨୮ବିଧାନସଭା ଆସନ ଲାଗି ୧୯୧ ଜଣ ପ୍ରାର୍ଥୀ ପ୍ରତିନ୍ଦ୍ୱନ୍ଦିତା କରିବେ।

ଆଜି ହାତ ଧରିବେ ବିଜେପିର ବିଦ୍ରୋହୀ ନେତା ଶତ୍ରୁଘ୍ନ ସିହ୍ନା

ପାଟନାର ସାହିବରୁ ବିଜେପିର ସାଂସଦ ଥିବା ଶତ୍ରୁଘ୍ନ ସିହ୍ନା ଆଜି କଂଗ୍ରେସ ସଭାପତି ରାହୁଲ ଗାନ୍ଧିଙ୍କ ଉପସ୍ଥିତିରେ ଦିଲ୍ଲୀ କଂଗ୍ରେସ ମୁଖ୍ୟାଳୟରେ କଂଗ୍ରେସରେ ସାମିଲ ହେବେ। ରାହୁଲ ଗାନ୍ଧିଙ୍କୁ ସାକ୍ଷାତ କରିବା ପରେ ଶତ୍ରୁଘ୍ନ କଂଗ୍ରେସରେ ସାମିଲ ହେବା ନିଶ୍ଚିତ ହୋଇଥିଲା।

ଏହା ପରେ ଚର୍ଚ୍ଚା ହେଉଛି ଶତ୍ରୁଘ୍ନଙ୍କୁ ପାଟନା ସାହିବ ଲୋକସଭା ଆସନ ଲାଗି କଂଗ୍ରେସ ସାଂସଦ ପ୍ରାର୍ଥୀ କରିପାରେ।

ନିର୍ବାଚନ ସମ୍ପର୍କିତ ଆଉ କେତୋଟି ଖାସ୍‌ ଖବର – କ୍ଲିକ୍‌ କରନ୍ତୁ

ଖଣ୍ଡପଡ଼ା ରାଜନୀତି, ଯେଉଁଠି ପ୍ରତି ନିର୍ବାଚନରେ ବଦଳନ୍ତି ପ୍ରାର୍ଥୀ!

ବିଜେଡିକୁ ଢଳୁଛନ୍ତି ଦିଲ୍ଲୀପ ରାୟ!

ମନ୍ତ୍ରିମଣ୍ଡଳରୁ ବିଦା ହୋଇ ନଥିଲି, ସ୍ୱ ଇଚ୍ଛାରେ ଅବ୍ୟାହତି ନେଇଥିଲି – ଅରୁଣ

ଖଣ୍ଡପଡ଼ାରେ ଏଥର ଖାତା ଖୋଲି ପାରିବେ କି ସୌମ୍ୟରଞ୍ଜନ?

ଭୋଟ୍‌ ପରିଚୟପତ୍ର ନଥିଲେ କେମିତି ଦେବେ ଭୋଟ୍‌?

Comment